ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୋମବାରଠାରୁ ଆରମ୍ଭ ହୋଇ ଯାଇଛି ପ୍ରଥମ ପର୍ଯ୍ୟାୟ ନାମାଙ୍କନ । ତେବେ ଏବେ ସୁଦ୍ଧା ତିନି ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରି ନାହାଁନ୍ତି । ସବୁଦଳରେ ମାଳ ମାଳ ଆଶାୟୀ ପ୍ରାର୍ଥୀ ଥିବାରୁ କଳ ବଳ ଲଗାଇ ଦଳୀୟ ଟିକେଟ ହାତେଇବା ପାଇଁ ଲାଗିପଡିଛନ୍ତି । ତେବେ କାହାକୁ ମିଳିବ ଟିକେଟ,କାହାର କଟିବ ଏଭଳି ଅନେକ ଚର୍ଚ୍ଚା ଏବେ ସବୁଠି ଆରମ୍ଭ ହୋଇ ଯାଇଛି । ଚଳିତ ନିର୍ବାଚନରେ ସବୁ ଦଳ ମହିଳାଙ୍କୁ ପ୍ରାଧାନ୍ୟ ଦେବେ ବୋଲି ପୂର୍ବରୁ ପ୍ରକାଶ କରିଛନ୍ତି ଏଣୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ଯାଇଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ । ତେବେ ପ୍ରାର୍ଥୀ ତାଲିକା ଘୋଷଣା ପାଇନଥିବାରୁ ଆଶାୟୀଙ୍କ ଛାତିରେ ଛନକା ପଶିବା ଆରମ୍ଭ ହୋଇଯାଇଛି । ଅପରପକ୍ଷରେ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାକୁ ମଧ୍ୟ ଦେହକୁ ନେଇ କେତେକ ନେତା ଦଳରେ କନ୍ଦଳ ଆରମ୍ଭ କରିଦେଉଛନ୍ତତି । କାରଣ ଅଧିକାଂଶ ପ୍ରାର୍ଥୀ ଟିକଟେ ପାଇବା ନିଶ୍ଚିନ୍ତ ବୋଲି ଭାବିଥିବା ବେଳେ ସୋସିଆଲ ମିଡିଆରେ ଅନ୍ୟ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ମିଳିବ ବୋଲି ଚର୍ଚ୍ଚା ହେବାରୁ ଦଳରେ ଆରମ୍ଭ ହେଉଛି ତୁମ୍ବି ତୋଫାନ ।
ତେବେ ଆଜି ସଂନ୍ଧ୍ୟା ସୁଦ୍ଧା ସବୁଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି । ଚଳିତ ନିର୍ବାଚନ ସବୁଠାରୁ ବଡ ନିର୍ବାଚନ ହେବ ବୋଲି ଶୁଣିବାକୁ ମିଳୁଛି । ତେବେ କାହାକୁ ଟିକେଟ ମିଳିବ ତାକୁ ନେଇ ଚା ଖଟିରୁ ଅଫିସ ସବୁଟି ନୂଆ କଥା । ବିଜେଡି ଶାସନରେ ଥିବାରୁ ବିରୋଧୀଙ୍କ ଅପେକ୍ଷା ନବୀନ ନିବାସରେ ଅଧିକ ଆଶାୟୀ ପ୍ରାର୍ଥୀଙ୍କ ଭିଡ ଜମିବାରେ ଲାଗିଛି । ଅପରପକ୍ଷରେ ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ଦଳରେ ସାମିଲ କରିବାରେ ଲାଗିଛି ବିଜେପି । କଂଗ୍ରେସର କିଛି ନେତା ଦଳ ଛାଡିଥିଲେ ସୁଦ୍ଧା ଚାଷୀଙ୍କ ଭୋଟ ବ୍ୟାଙ୍କକୁ ହାତେଇବା ଲକ୍ଷ୍ୟରେ ଦଳ । ଏଣୁ ସବୁଦଳରେ ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ କାହାକୁ ମିଳିବ ତାକୁ ସମସ୍ତଙ୍କ ଅପେକ୍ଷା ।