ବଲାଙ୍ଗୀର (ଏଟିଆର ବ୍ୟୁରୋ) ; ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କଥା ପାଣିର ଗାର ସଦୃଶ । ତାଙ୍କ କଥାରେ କୈାଣସି ବାସ୍ତବ ନାହିଁ । ଏଭଳି ସଙ୍ଗୀନ ଅଭିଯୋଗ କରିଛି ଟିଟଲାଗଡ କ୍ରିୟାନୁଷ୍ଟାନ କମିଟି । ଟିଟଲାଗଡକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୂତି ଦେଇଥିଲେ । ତେବେ ନିଜ କଥା ରଖିନଥିବାରୁ ଏଭଳି ମନ୍ତବ୍ୟ ଦେଇଛି କମିଟି ।
ଆଜି ଟିଟଲାଗଡରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏହି କମିଟି । ଫଳରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ସହରର ପେଟ୍ରୋଲ ପମ୍ପ,ପୋଷ୍ଟ ଅଫିସ ଏବଂ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । କମିଟିର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି ।