ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶନିବାର ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଏବଂ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ନରସିଂହପୁର ଏନ ଏ ହାଇସ୍କୁଲ ପଡିଆରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ମୁଖ୍ୟମନ୍ତ୍ରୀ ସେଠାରେ ଏକ ମେଗା ଜଳ ପକଳ୍ପର ଶୁଭାରମ୍ଭ କରିବେ । ଏହି ପକଳ୍ପ ପାଇଁ ୨୭୩ କୋଟି ଟଙ୍କା ଅନୁମୋଦନ ହୋଇଛି । ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ନରସିଂହପୁର ଏବଂ ବଡମ୍ବାରର ୭୩ଟି ଗ୍ରାମ ପଞ୍ଚାୟତର ଲୋକ ଉପକୃତ ହେବେ ।
ମୁଖ୍ୟମନ୍ତ୍ରୀଙ୍କ ଏହି ମେଗା ପ୍ରକଳ୍ପକୁ ସ୍ୱାଗତ ଜଣାଇଛନ୍ତିି ଜନ ସାଧାରଣ । ଖରାଦିନେ ଏଠାରେ ପାଣିର ଅସୁବିଧା ଦେଖା ଦେଉଥିଲା । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଆଉ ପାଣିର ଅଭାବ ହେବ ନାହିଁ ବୋଲି ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କର ଆଜି ଦୁଇଟି ଗସ୍ତ ରହିଛି ପ୍ରଥମେ ଜଟଣୀ ଗସ୍ତରେ ଯିବେ । ଏବଂ ସେଠାରେ ଏସିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ ପବ୍ଲିକ୍ ହେଲ୍ଥର ଉଦଘାଟନ କରିବେ । ଏହାପରେ ସେ କଟକ ଜିଲ୍ଲା ନରସିଂହପୁର ଗସ୍ତରେ ଯିବେ । ସେଠାରେ ସରକାରୀ ଏବଂ ଦଳୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଦିନ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ଏକ ପ୍ରକାର ପ୍ରଚାର କରୁଛନ୍ତି । ପ୍ରକଳ୍ପ ଉଦଘାଟନ ନାଁରେ ଭୋଟ ମାଗୁଛନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି । ତେବେ ଏହାକୁ ଖଣ୍ଡନ କରିଛି ବିଜେଡି । ବିଡେକି କହିଛି କି ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ସାଙ୍ଗରେ ଥିଲେ ଏବଂ ରହିଥିବେ ।