ଭୁବନେଶ୍ୱର ( ଏଟିଆର ବ୍ୟୂରୋ): କଥା ରଖିଲେ ନବୀନ । ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ବିଜେଡି ସରକାର ଗଢିବାର ପ୍ରଥମ ଦିନରେ ହିଁ ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା । ଆଜି ପଞ୍ଚମ ପାଳିର ପ୍ରଥମ ଦିନରେ କାଳିଆ ଟଙ୍କା ଚାଷୀଙ୍କୁ ଦିଆଯିବ ବୋଲି ନବୀନ ଘୋଷଣା କରିଛନ୍ତି । ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେଉଥିବା ଶପଥ ପାଠ ଉତ୍ସବ ପରେ ନବୀନ ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।
ପ୍ରଚାର ବେଳେ ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ସେ ରଖିବେ । ଏହି ଅବସରରେ ସେ କାଳିଆ ଟଙ୍କା ପାଇନଥିବା ବଳକା ହିତାଧିକାରୀଙ୍କୁ କାଳିଆ ଟଙ୍କା ବାଣ୍ଟିବେ ବୋଲି ଜଣାପଡିଛି । ସୂଚନା ଅନୁସାରେ ପୂର୍ବରୁ ୪୨ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଟଙ୍କା ଯାଇଥିବା ବେଳେ । ୨୫ ଲକ୍ଷ ନୂଆ ଚାଷୀଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ଆଜି ଶପଥ ଗ୍ରହଣ ପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ପୁଣି କାଳିଆ ଟଙ୍କା ବଣ୍ଟାର ଶୁଭାରମ୍ଭ କରିବେ ।
ଆଜି ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ଦିନରେ ୬ ରୁ ୭ ଲକ୍ଷ ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି । ତେବେ ଅବଶିଷ୍ଟ ଲୋକଙ୍କୁ ଖୁବ ଶିଘ୍ର କାଳିଆ ଟଙ୍କା ଦିଆଯିବ ବୋଲି ସୂଚନା ରହିଛି । ସେହିଭଳି ଦ୍ୱିତୀୟ କିସ୍ତି ଟଙ୍କା କେବେ ଦିଆଯିବ ତାହା ସ୍ପଟ ହୋଇନାହିଁ । ଦ୍ୱିତୀୟ କିସ୍ତି ନେଇ ପ୍ରକିୟା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ନିର୍ବାଚନ ସମୟରେ କାଳିଆ ଟଙ୍କା ବଣ୍ଟାଯିବା ନେଇ ବରୋଧୀ ସରକାରଙ୍କୁ ଘେରିଥିଲେ । ତେବେ ସେ ସମୟରେ ନବୀନ ଘୋଷଣା କରିଥିଲେ ସରକାରର ପ୍ରଥମ ଦିନରେ ହିଁ ଲୋକଙ୍କୁ କାଳିଆ ଟଙ୍କା ଦିଆଯିବ ।