ସୁନ୍ଦରଗଡ( ଏଟିଆର ବ୍ୟୁରୋ): ସୁନ୍ଦରଗଡ ଲୋକସଭା ଓ ବିଧାନସଭା ଆସନରେ ଏଥର ଗୋଟେ ନୂଆ କଥା ଦେଖିବାକୁ ମଳିଥିଲା । ଗୋଟେ ଭଉଣୀ କଂଗ୍ରେସରୁ ବିଧାନସଭା ଟିକେଟରେ ପ୍ରାର୍ଥୀ ହୋଇଥିବା ବେଳେ ଆଉ ଗୋଟିଏ ଭଉଣୀ ବିଜେଡି ସୁନ୍ଦରଗଡ ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିଲେ । ଦୁଇ ଭଉଣୀ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ । ବଡଝିଅ ସୁନିତା ବିଶ୍ୱାଳ କଂଗ୍ରେସରୁ ଆସି ବିଜେଡିରୁ ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ସାନ ଝିଅ ଅମିତା ବିଶ୍ୱାଳ ସୁନ୍ଦରଗଡ ବିଧାନସଭା ଅ।।ସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ।
ବାପାଙ୍କୁ ଅନୁକରଣ କରି ରାଜନୀତିରେ ପାଦ ଥାପିଥିବା ଏଇ ଦୁଇ ଭଉଣୀଙ୍କ ପାଇଁ କିନ୍ତୁ ଏଥର ନିର୍ବାଚନ ସେତେ ସୁହାଇଲା ନାହିଁ । ବଡ ଭଉଣୀ ତାଙ୍କ ବିପକ୍ଷରେ ବିଜେପିର ହେବୱେଟ ନେତା ଜୁଏଲ ଓରାମଙ୍କ ଠାରୁ ବହୁତ ପଛରେ ରହିଥିବା ବେଳେ ସାନ ଝିଅ ମଧ୍ୟ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ କୁସୁମ ଟେଟେ ଓ ବିଜେଡି ପ୍ରାର୍ଥୀ ଯୋଗେସ ସିଂଙ୍କ ଠାର ୁବହୁତ ପଛରେ ରହିଛନ୍ତି । ତେବେ ଫଳାଫଳାର ସ୍ପଷ୍ଟ ଚିତ୍ର ମାତ୍ର ଆଉ ଅଳ୍ପ ସମୟ ବାକି ରହିଦ୍ୱା ବେଳେ ଦୁଇ ଭଉଣୀ ସେମାନଙ୍କ ପ୍ରତିଦ୍ୱନ୍ଦିଙ୍କ ଠାରୁ ବହୁତ ପଛରେ ରହିଛନ୍ତି ।
ସୁନ୍ଦରଗଡ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ କୁସୁମ ଟେଟେ ଓ ଯୋଗେସ ସିଂଙ୍କ ମଧ୍ୟରେ କଡା ମୁକାବିଲା ହେଉଛି । ସୁନ୍ଦରଗଡ ବିଧାନସଭା କ୍ଷେତ୍ରରେ ଅମିତା ତୃତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଲୋକସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଆଗରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ଓ ବାମପନ୍ଥୀ ମେଣ୍ଟ ପ୍ରାର୍ଥୀ ଜର୍ଜ ତିର୍କୀ ରହିଛନ୍ତି ।