ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନରେ ବାଜି ମାରିଥିବା ଦୁଇ ନୂତନ ବିଧାୟକ ଆଜି ଶପଥ ଗ୍ରହଣ କରିଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବାଲେଶ୍ୱରର ସ୍ୱରୂପ ଦାସ ଏବଂ ତିର୍ତ୍ତୋଲର ବିଜୟ ଶଙ୍କର ଦାସଙ୍କୁ ଶପଥ ପାଠ କରାଇଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଶପଥ ପାଠ କରିଛନ୍ତି ଉଭୟ ବିଧାୟକ ।
ଆଗକୁ ଶୀତକାଳୀନ ଅଧିବେଶନ ରହିଥିବାରୁ ଏହି ଦୁଇ ନବନିର୍ବାଚିତ ବିଧାୟକ ଅଧିବେଶନକୁ ଯାଇ ପାରିବେ ଏବଂ ପ୍ରଥମ ଥର ପାଇଁ ଅଧିବେଶନରେ ଅଂଶଗ୍ରହଣ କରିବେ ।
ସୂଚନାଯୋଗ୍ୟ,ବାଲେଶ୍ୱର ଓ ତିର୍ତ୍ତୋଲ ସଦର ବିଧାନସଭା ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଥିଲା । ଉଭୟ ସ୍ଥାନରେ ନିଜର ବିଜୟ ପତାକା ଉଡାଇଥିଲା ବିଜେଡି । ଏହାପରେ ଉଭୟ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଭୋଟର ଏବଂ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଥିଲେ ।