ଭୁବନେଶ୍ୱର (ଏଟିଆର ବ୍ୟୁରୋ); କାର୍ଯ୍ୟରେ ଅବହେଳା ପାଇଁ ଦୁଇ ପୁଲିଂ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଦେବଗଡ ସିଆରିଆ ୧୮୩ ନମ୍ବର ବୁଥରେ ଭୋଟିଂ ବେଳେ ବିଭ୍ରାଟ ହୋଇଥିଲା । ଇଭିଏମରେ ଭିଭିପାଟ ଲଗାଇବାରେ ତୃଟି ହୋଇଥିଲା । ଫଳରେ ଭୋଟ ଗ୍ରହଣ ବନ୍ଦ ରହିଥିଲା । ଏଣୁ ଦୁଇ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସସପେଣ୍ଡ ହୋଇଥିବା ଦୁଇ କର୍ମଚାରୀ ହେଲେ ପ୍ରିଜାଇଡିଂ ଅଫିସର ହିମାଂଶୁ ବେହେରା ଏବଂ ସେକ୍ଟର ଅଫିସର ବି.ଗୋପାଳକୃଷ୍ଣ ସରାଫ ।
ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରୁ ଇଭିଏମରେ ବହୁ ଅସୁବିଧା ଦେଖାଦେଇଥିଲା । କେଉଁଠି କାମ କରିନଥିଲା ତ ଆଉ କେଉଁଠି ଡେରି ହୋଇଥିଲା । ଯେଉଁ କାରଣରୁ ବିଳମ୍ବରେ ମତଦାନ ହୋଇଥିଲା । ଏମିତିକି ଦ୍ୱିତୀୟ ଏବଂ ପ୍ରଥମ ପର୍ଯ୍ୟାୟରେ ହୋଇନଥିବା ୬ଟି ବୁଥର ମତଦାନ ପରେ କରାଯାଇଥିଲା । ତେବେ ଚଳିତ ବର୍ଷ ପୁଲିଂ କାମରେ ନିଯୋଜିତ ହୋଇଥିବା କର୍ମଚାରୀଙ୍କ ଚାକିରୀ ମଧ୍ୟ ଚାଲିଯାଇଛି । ଏହି ଦୁଇଜଣଙ୍କ ପୂର୍ବରୁ ମଧ୍ୟ କିଛି କର୍ମଚାରୀ କାର୍ଯ୍ୟରେ ଅବହେଳା ପାଇଁ ସସପେଣ୍ଡ ହୋଇଛନ୍ତି ।