ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେପିରେ ଯୋଗ ଦେଲେ ଉକ୍ରଳ ଭାରତ ପ୍ରତିଷ୍ଠାତା ଖାରବେଳ ସ୍ୱାଇଁ । ସେ ବିଦ୍ଧିବଧ ଭାବରେ ଦଳରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ରପ୍ରଧାନ ଏବଂ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଖାରବେଳଙ୍କ ଭଳି ନେତା ଘର ବାହୁଡା ହୋଇଥିବାରୁ ଦଳୀୟ କର୍ମୀ ବେଶ ଖୁସି ଅଛନ୍ତି । ବରିଷ୍ଟ ନେତା ପଦ୍ମ ଧରିବା ପରେ ରାଜ୍ୟ ରାଜନୀତିର ସମୀକରଣ ବଦଳିପାରେ ବୋଲି ଅନୁମାନ କରାଯାଉଛି ।
ବିଜେପି ପକ୍ଷରୁ ୩ଥର ସାଂସଦ ହୋଇଥିଲେ ଖାରବେଳ ସ୍ୱାଇଁ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଦଳ ଛାଡି ନିଜେ ଉକ୍ରଳ ଭାରତ ନାମକ ଏକ ପାର୍ଟି ଗଠନ କରିଥିଲେ । ଦଳ ଦୁଇବର୍ଷ ନିର୍ବାଚନ ଲଢ଼ିଥିଲେ ସୁଦ୍ଧା କୌଣସି ସଫଳତା ପାଇନଥିଲା । ଏଣୁ ଶେଷରେ ଖାରବେଳ ବିଜେପି ମୁହାଁ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅପରପକ୍ଷରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି । ତେବେ ସେ କେଉଁ ଆସନରୁ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସେ କନ୍ଧମାଳରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ବିଜେଡି କନ୍ଧମାଳରେ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଛି । ଏଣୁ ଏଠାରେ ଅଚ୍ୟୁତଙ୍କୁ କଡା ଟକ୍କର ଦେବା ପାଇଁ ଦଳ ଖାରବେଳଙ୍କୁ ବାଛିପାରେ ବୋଲି ଚର୍ଚ୍ଚା ହେଉଛି ।