ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପୂର୍ବହ୍ନ ୧୨: ୩୦ ସୁଦ୍ଧା ଖବର ଲେଖାଯିବା ବେଳକୁ ସୂଚନା ଅନୁସାରେ ବିଭିନ୍ନ ସମୟରେ ଗଣତି ଟ୍ରେଣ୍ଡରେ ଭିନ୍ନ ଭିନ୍ନ ଚିତ୍ର ଆସିବାକୁ ଲାଗୁଛି । ପ୍ରତି ୫ ମିନିଟ ମଧ୍ୟରେ କିଛି ନୂଆ ଚିତ୍ର ସାମ୍ନାକୁ ଆସୁଛି । ଯାହାକୁ ନେଇ ସମର୍ଥକଙ୍କ ହାର୍ଟବିଟ ବଢିବାକୁ ଲାଗୁଛି । କେତେବେଳେ ବିଜେଡି ପ୍ରାର୍ଥୀ ଆଗୁଆ ହେଉଛନ୍ତି ତ ପୁଣି କେଉଁଠି ବିଜେପି ପ୍ରାର୍ଥୀ ଆଗୁଆ ରହୁଛନ୍ତି । ବିଜେଡି ଏବେ ୯୧ ଟି ବିଧାନସଭା ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୨୯ ଟି ଲୋକସଭା ଆସନରେ ଆଗୁଆ ରହିଛନ୍ତି ।
ସେହିଭଳି କଂଗ୍ରେସ ୧୪ ଟି ବିଧାନସଭା ଆସନରେ ଆଗୁଆ ରହିଛି । ପ୍ରଥମେ ସୂଚନା ଆସିଥିଲା ସମ୍ବିତ ପାତ୍ର ଆଗୁଆ ଥିବା ବେଳେ ଦିନ ୧୧ ଟା ବେଳେ ପୁଣି ପିନାକି ମିଶ୍ର ଆଗକୁ ଆସିଥିଲେ । ପୁଣି ୧୨ ସୁଦ୍ଧା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗରେ ରହିଛନ୍ତି ।
ସେହିଭଳି ବାଲେଶ୍ୱର ଲୋକସଭା ଆସନରୁ ପ୍ରଥମେ ସକାଳ ୧୦ ଟା ସୁଦ୍ଧା ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗରେ ଥିବା ବେଳେ ପୂର୍ବାହ୍ନ ୧୨ ଟା ୩୦ ସୁଦ୍ଧା ବିଜେଡି ପ୍ରାର୍ଥୀ ରବିନ୍ଦ୍ର ଜେନା ଆଗରେ ରହିଛନ୍ତି । ସେହିଭଳି ବରଗଡ ଲୋକସଭା ଆସନରୁ ବିଜେପି ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରି ଆଗୁଆ ରହିଛନ୍ତି । ଭଦ୍ରକରେ ପୂବାହ୍ନ ୧୨ ଟାରେ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଆଗୁଆ ରହିଥିଲେ । ୧୨ ଟା ୪୫ ର ସୂଚନା ଅନୁସାରେ ବିଜେଡି ଲୋକସଭା ପ୍ରାର୍ଥୀ ଲତା ମଣ୍ଡଳ ଆଗୁଆ ରହିଛନ୍ତି ।