ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଚାଲିଛି । ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ପାଇଁ ଚାଲିଛି ମତଦାନ । ଲମ୍ବା ଧାଡିରେ ଖୁସିର ସହ ଭୋଟ ଦେବା ପାଇଁ ଠିଆ ହୋଇଛନ୍ତି ଭୋଟର । କିନ୍ତୁ ଅନେକ ବୁଥରେ ଇଭିଏମ ଅଚଳ ହୋଇପଡିଛି । ଯେଉଁ କାରଣରୁ ମତଦାନ ପାଇଁ ବିଳମ୍ବ ହେଉଛି । ଧର୍ମଶାଳାର ୧୧୫ ନମ୍ବର ବୁଥରେ ଅଚଳ ହୋଇଛି ଇଭିଏମ ।୧୩୫ ନମ୍ବର ବୁଥ୍ ଓ ବାଲିକୁଦା-ଏରସମାର ବାଖରାବାଦ ସ୍ଥିତ ୧୩୮ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ ହୋଇଯାଇଥିବାରୁ ଭୋଟ୍ଦାନରେ ବିଳମ୍ବ ହୋଇଛି।
ବରୀର ୧୧୦, ସତ୍ୟଭାମାପୁରର ୧୨୫ ଓ ୬୮ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଯିବା ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଛି। ସୁକିନ୍ଦାର ୧୮୦, ୧୮୧ ଓ ୧୮୨ ନମ୍ବର ବୁଥରେ ଇଭିଏମ୍ରେ ତ୍ରୁଟି ଦେଖାଯାଇଥିବା ବେଳେ କୋରେଇର ୪୬ ନମ୍ବର ବୁଥ୍ ଇଭିଏମ୍ ଅଚଳ ହୋଇଯାଇଛି । କେନ୍ଦ୍ରାପଡ଼ାର ରାଜନଗରର ୨୨୬ ଓ ୬୮ ନମ୍ବର ବୁଥରେ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି। ଏଣୁ ଧାଡ଼ିରେ ଛିଡ଼ା ହୋଇଥିବା ଭୋଟର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଳିର ୨୨୬ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଯାଇଥିବାରୁ ମତଦାନ ଆରମ୍ଭ ହୋଇପାରିନି।
ଜଳେଶ୍ୱର ଇଲୁମରା ପଞ୍ଚାୟତର ୫ ନମ୍ବର ବୁଥରେ ଭିଭିପାଟ ଅଚଳ ହୋଇପଡିଛି । ନଟକାଟ ପଞ୍ଚାୟତର ୨୦୩ ନମ୍ବର ବୁଥରେ ମଧ୍ୟ ଭିଭିପାଟ ଅଚଳ ହୋଇଛି । ବସ୍ତାର ୪ ନମ୍ବର ଓ ଭୋଗରାଇର ୧୯୦ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ ହୋଇଯାଇଛି।ସେହିପରି କାକଟପୁରର ୨୧୯ ଓ ୨୬୮ ନମ୍ବର ବୁଥ୍, ନିମାପଡ଼ାର ୪୨ ଓ ୬୬ ଓ ପାରାଦୀପର ୨୧୪ ନମ୍ବର ବୁଥରେ ଇଭିଏମ୍ ଅଚଳ ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଛି।ବାଙ୍ଗିରିପୋଷିର ୩୩, ବଡ଼ସାହିର ୧୦୨ ଓ ୨୨ ନମ୍ବର ବୁଥରେ ଅଚଳ ହୋଇଯାଇଛି। ରାଇରଙ୍ଗପୁରର ୧୪୨, ୧୪୩ ଓ ୧୯୭ ନମ୍ବର ବୁଥ୍ରେ ଇଭିଏମ୍ ତ୍ରୁଟି ଦେଖାଯାଇଛି। ସାରସକଣାର ୩୯ ଓ ୬୦ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ ହୋଇଯାଇଛି। ଯଶୀପୁରରେ ୨୦୦ ନମ୍ବର ବୁଥ୍ରେ ଇଭିଏମ୍ କାମ କରୁନି।