ଭୁବନେଶ୍ୱର ( ଏଟିଆର ବ୍ୟରୋ): ପଲ୍ୟୁସନ ଟେଷ୍ଟର ଦିନକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦରେ ପୂର୍ଣ୍ଣଛେଦ ପଡିଛି । ଅଫଲାଇନ ଟେଷ୍ଟ ସାର୍ଟିପିକେଟର ତାରିଖ ବଦଳିଛି । ଏହା ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ବଳ ବତ୍ତର ରହିବ । ଏହାର ଭ୍ୟାଲିଡିଟି ଶେଷ ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ପରିବହନ ବିଭାଗ ଘୋଷଣା କରିଛି । ସୂଚନାଯୋଗ୍ୟ ବିଭିନ୍ନ ପଲ୍ୟୁସନ ଟେଷ୍ଟିଂ କେନ୍ଦ୍ରମାନଙ୍କରେ ପ୍ରବଳ ଭିଡକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି।
ଭିତ୍ତିଭୂମିର ଅଭାବ ଓ ଲୋକଙ୍କ ସୁବିଧା ପାଇଁ ଏହି ଅବଧି ବଢ଼ାଗଲା ବୋଲି କୁହାଯାଉଛି । ପରିବହନ ବିଭାଗ ପକ୍ଷରୁ ଏଇ ନିକଟରେ ଘୋଷଣା କରାଯାଇଥିଲା । ପଲ୍ୟୁସନ ସାର୍ଟିପିକେଟ ଅକ୍ଟୋବର ୧ ଠାରୁ ପୁଣି ଚେକିଂ ହେବ ବୋଲି । ଏ ନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହା ପୂର୍ବରୁ କିନ୍ତୁ ୩ ମାସ ପାଇଁ ରାଜ୍ୟରେ ଏହାକୁ କୋହଳ କରିବା ପାଇଁ ସରକାର ଘୋଷଣା କରିଥିଲେ ।
Considering the long queue for pollution test, Government allowed PUC test to continue in both offline and online mode till 31.12.2019. The validity of PUC Certificate will continue till its expiry. pic.twitter.com/tW480PIwcV
— STA Odisha (@STAOdisha) September 26, 2019
ମାତ୍ର ପରିବହନ ବିଭାଗର ଏହି ଆକସ୍ମିକ ଘୋଷଣା ପାଇଁ ଅଚାନକ ପଲ୍ୟୁସନ ସେଣ୍ଟରରେ ଗହଳି ଲାଗିଥିଲା । ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯାହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଏହାର ଅବଧି ବଢାଇଛନ୍ତି । ଏନେଇ ଟ୍ୱିଟରରେ ସୂଚନା ଦିଆ ଯାଇଛି ।