ରାୟଗଡା(ଏଟିଆର ବ୍ୟୁରୋ): ରାୟଗଡା ଜିଲ୍ଲା ନିୟମଗିରି ପାହାଡରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା କଲ୍ୟାଣସିଂହୁର ବ୍ଲକ ପାରସାଲିର ଦୁଇଟି ସ୍ଥାନରେ ଏହି ପୋଷ୍ଟର ଦେଖିବାକୁ ମିଳିଛି । ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ମାଓବାଦୀ ମାନଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଏହି ପୋଷ୍ଟର ଲଗାଯାଇଛି ।
ନିୟମଗିର ବିକାଶରେ ମାଓବାଦୀମାନେ ବାଧକ ସାଜୁଥିବା କଥା ଏହି ପୋଷ୍ଟରରେ ଲେଖାଯାଇଛି । ମାଓବାଦୀ ମାନେ ନିୟମଗିରି ପାହାଡରେ ରାସ୍ତା କାମ କରେଇ ଦେଉନଥିବା, ରାସ୍ତା କାମ ପାଇଁ ନୟୋଜିତ ମେସିନକୁ ପୋଡାଜଳା, ସୁରକ୍ଷା ନାଁରେ ନୀରହ ଲୋକମାନଙ୍କ ଜୀବନ ମାନଙ୍କ ସହ ଖେଳୁଥିବାକୁ ବିରୋଧକରି ଏହି ପୋଷ୍ଟର ଜାରି କରାଯାଇଛି । ଏହ ପୋଷ୍ଟର ମାଓ ନେତାଙ୍କ ପାଇଁ ଲଗାଯାଇଛି ବୋଲି ଏଥିରେ ଲେଖାଯାଇଛି ।