ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ କିଛି ଦିନ ତଳେ ବଜାରରେ ପିଆଜ କନ୍ଦାଉଥିଲା ଖାଉଟିଙ୍କୁୁ । ଏବେ ପିଆଜ ଲୁହ ଶୁଖିଛିକି ନାହିଁ ଖାଉଟିଙ୍କୁ ଡରେଇଲାଣି ଆଳୁ । ଆଳୁ ଏବେ ତା ଭାଉ ଦେଖାଇଲାଣି । ଟଙ୍କାଏ ୨ ଟଙ୍କା ପ୍ରତିଦିନ ଆଳୁ ଦର ବଢୁଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ଏବେ ଆଳୁ କିଲୋ ୩୦ ଟଙ୍କା ଟପିବାକୁ ବସିଲାଣି । ପିଆଜ ପରେ ଏବେ ଆଳୁ ଦର ବଢୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି ।
ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ପରିବା ହୋଇଥିବାରୁ ଦର ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ବର୍ଷାରେ ଅନୀୟ ମିତତା ହେତୁ ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ କମ ରହିଥିବାରୁ ଓଡିଶା ବଜାରରେ ଆଳୁର ଅଭାବ ଦେଖିବାକୁ ମିଳୁଛି । ଆଗକୁ ଆଳୁ ଦର ଆହୁରି ବଢିପାରେ ବୋଲି ବ୍ୟବସାୟୀ ମତ ରଖୁଛନ୍ତି । ତେବେ ଏମିତି ପରିସ୍ଥିତି ଆହୁରି ୨ ମାସ ରହିବ ବୋଲି ଆଲୋଚନା ହେଉଛି ।