ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ସେସୁ ଅଧିନରେ ଥିବା ବିଭିନ୍ନ ସ୍ଥାନରେ ରକ୍ଷଣ ବେକ୍ଷଣ ନିମନ୍ତେ ଦୁଇଦିନ ବିଦ୍ୟୁତ ସରବରାହ ବନ୍ଦ ରହିବ । ସେସୁ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଓ ଶନିବାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ କରାଯିବ । ଆସନ୍ତା ଶୁକ୍ରବାର ଦିନ ଭୁବନେଶ୍ୱରର ପଟିଆ, ନନ୍ଦନକାନନ ଫେଜ-୨ , ରଘୁନାଥପୁର, ନନ୍ଦନକାନନ, ମାରୁତି ରେସିଡେନ୍ସି ମନସୁନ ଗ୍ରୀନ, ବିଜେବି ନଗର, ତାରିଣୀ ବିହାର, ବୋର୍ଡ କଲୋନୀ, ଆଚାର୍ଯ୍ୟ ବିହାର, ଲୁଇସ ରୋଡ, ଭୋଇ ନଗର, ଫ୍ଲାଟ ଏରିଆ, ବେହେରା ସାହି, କଳିଙ୍ଗ ଷ୍ଟାଡିୟମ, ନୟାପଲ୍ଲୀ ଆଦି ଅଞ୍ଚଳରେ ସକାଳ ୭ଟାରୁ ଦିନ ୧୨ଟା ଯାଏଁ ବିଦ୍ୟୁତ କାଟ କରାଯିବ ।
ସେହିପରି ନାଭାଲ ହାଉସିଂ ଅଞ୍ଚଳ ଓ ନୂତନ ଫରେଷ୍ଟ ପାର୍କ ଅଞ୍ଚଳରେ ସକାଳ ୧୦ଟାରୁ ୧ଟା ଯାଏଁ ବିଦ୍ୟୁତ କାଟ ହେବ । ଦିନ ୨.୩୦ରୁ ୪ଟା୩୦ ପର୍ଯ୍ୟନ୍ତ ଆଦର୍ଶ ବିହାର, ମାରୁତି ଭିଲ୍ଲା, ପଟିଆ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ । ତେବେ ସକାଳ ୮ଟାରୁ ୩ଟା ପର୍ଯ୍ୟନ୍ତ କଟକର ନାରଙ୍ଗ ବସ୍ତା, କଖାଡି, ଗୁରୁଡିଝାଟିଆରେ ବିଦ୍ୟୁତ କାଟ ହେଉଥିବା ବେଳେ ସକାଳ ୮ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନରସିଂହପୁରରେ ବିଦ୍ୟୁତ ସେବା ବନ୍ଦ ରହିବ । ସେହିପରି ଶନିବାର ଦିନ ଭୁବନେଶ୍ୱରର ଡାଲମା ସାଇଡ, ମଧୁସୁଦନ ନଗର, ୟୁନିଟ- ୩ ଏନଆଇସି, ଶ୍ରୀୟା ଛକ, ଶାସ୍ତ୍ରୀ ନଗର ଅଞ୍ଚଳରେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ।
ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ବିଡିଏ କଲୋନୀ, ରେଳ ବିହାର, ନାବାର୍ଡ, ନିଳାଦ୍ରୀ ବିହାର, ରଘୁନାଥପୁର, ତାରିଣୀ ବିହାର, ମାରୁତି ରେସିଡେନ୍ସି, ମନସୁନ ଗ୍ରୀନ, ନନ୍ଦନକାନନ, ଜି଼ଡିଏସ ଟାଓ୍ବାର, ଫୁଲନଖରା, ନହରକଣ୍ଟା, ସାଇ ବିହାର, ବାସୁଆଘାଇ, ବୋମିଖାଲ, ନାଗେଶ୍ବର ବାଙ୍ଗି, ଜଗନ୍ନାଥ କଲୋନୀ, ଟଙ୍କପାଣି ରୋଡ୍, କୋର୍ଟ କଲୋନୀ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ । ଅନ୍ୟପଟେ କଟକ ସହରର ଶିଖରପୁରରେ ସକାଳ ୧୦ଟାରୁ ଦିନ ୧ଟାଏ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ । ସେହିପରି କଟକ ଗ୍ରାମାଞ୍ଚଳର ନିଆଳିରେ ସକାଳ ୮ଟାରୁ ଦିନ ୧୨ଟା ଓ ସକାଳ ୮ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନାରାଙ୍ଗବସ୍ତା, କଖାଡି, ଗୁରୁଣ୍ଡିଝାଟିଆ, ନରସିଂହପୁର ରେ ଓ ଡିମିରି ଅଞ୍ଚଳରେ ଅପରାହ୍ନ ୩ଟାରୁ ସଂଧ୍ୟା ୫ଟା ପର୍ୟ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ।