ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆକ୍ସନ ମୁଡ୍ ରେ ବିଏମସି । ହୋଲ୍ଡିଂ ଟ୍ୟାକ୍ସ ନଦେଇଥିବା ଖିଲାପକାରୀଙ୍କ ଉପରେ ବିଏମସିର କଡା ଆଭିମୁଖ୍ୟ ଗ୍ରହଣ କରିଛି । ଯେଉଁ ମାନେ ହୋଲ୍ଡିଂ ଟ୍ୟାକ୍ସ ବକେୟା ଦେଇ ନାହାନ୍ତି ସେମାନଙ୍କର ଆଜି ଠାରୁ ପାଣି ଓ ବିଜୁଳି କାଟ ଯିବ । ଏନେଇ ବିଏମସିର ନର୍ଥ ଜୋନାଲ ଡେପୁଟି କମିଶନର ଉଭୟ ୱାଟକୋ ଓ ସେସୁକୁ ଚିଠି ଲେଖିଛନ୍ତି । ଏହି ଚିଠିରେ ବିଏମସିର ନର୍ଥ ଜୋନରେ ଥିବା ୧୮ ଜଣ ଖିଲାପକାରିଙ୍କ ନାମ ରହିଛି ।
ଏହା ସହ ସେମାନଙ୍କର ବକାୟା ହୋଲ୍ଡିଂ ଟିକସର ସମସ୍ତ ବିବରଣୀ ରହିଛି । ଆଜିଠୁ ଏହି ୧୮ ଜଣ ଖିଲାପକାରୀଙ୍କ ପାଣି ଓ ବିଜୁଳି କାଟ କରାଯିବ । ତେବେ ଗତ ଫେବୃଆରୀ ମାସରେ ସ୍ୱୀକୃତି ନାମରେ ନାମିତ କରା ଯାଇ ୧୦ ଜଣ କିନ୍ନରଙ୍କୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ପାଇଁ ନିୟୋଜିତ କରାଯାଇଥିଲା । ତେବେ ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ମୋଟ ୧୬ କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯାଇଛି ।