ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ବାତ୍ୟା ଫୋନିରେ ଉଜୁଡି ଯାଇଛି ତିନି ଜିଲ୍ଲା । ଯାହାର ମହାପ୍ରଭାବ ଆଜିବି ଲୋକମାନେ ଅନୁଭବ କରୁଛନ୍ତି । କୋଉଠି ଲୋକମାନେ ପିଇବା ପାଣି ପାଇ ପାରୁନାହାନ୍ତି ତ ପୁଣି କୋଉଠି ଅସହ୍ୟ ଗୁଳୁଗୁଳିରେ ଦାଉ ସାଜିଛି ଲାଇନ । ବାତ୍ୟାରେ ବେଶି ପ୍ରଭାବିତ ହୋଇଛି ବିଦ୍ୟୁତ ସେବା । ଯାହାଫଳରେ ଆଜିକୁ ୭ ଦିନ ହେଲା ଲୋକେ ଅନ୍ଧାରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେପଟେ ବିଦ୍ୟୁତ ବିଭାଗ ମଧ୍ୟ ଯଥା ଶିଘ୍ର ବିଜୁଳି ସେବାକୁ ସ୍ୱଭାବିକ କରିବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ସୂତ୍ରରୁ ପ୍ରକାଶ ଯେ ସରକାର ୧୨ ତାରିଖ ସୁଦ୍ଧା ପୂରା ଭୁବନେଶ୍ୱରକୁ ବିଜୁଳି ସେବା ଶହେପ୍ରତିଶତ କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି । ସେହିଭଳି ପୁରୀରେ ଆସନ୍ତା ୧୨ ତାରିଖରେ ବିଦ୍ୟୁତ ବିଭାଗ କାର୍ଯ୍ୟ ଆରମ୍ବ କରିବ । ଯାହାଫଳରେ ଭୁବନେଶ୍ୱରରେ କାମ ତ୍ୱରାନୀତ ହୋଇଛି ।
୧୨ ତାରିଖରେ ଭୁବନେଶ୍ୱରରେ ଯେତିକି କାମ ହେବା କଥା ହେବ ୧୨ ରୁ ପୁରୀରେ କାମ ଆରମ୍ବ ହେବ । ସେହିଭଳି ପୁରୀରେ ୧୨ ତାରିଖରେ କିଛିି ପ୍ରମୁଖ ଯାଗାରେ ଚାର୍ଜ ଦିଆଯିବ ବୋଲି ସୂଚନା ମିଳିଛି । ସେପଟେ ସରକାର ୧୨ କୁ ଡେଡଲାଇନ କରିଥିବା ବେଳେ ଏବେ ବି ରାଜଧାନୀ ଓ କଟକରେ ୫୦ ପ୍ରତିଶତ ଉପଭୋକ୍ତାଙ୍କୁ ବିଜୁଳି ଚାର୍ଜ ଦିଆଯାଇନାହିଁ । ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ ରହିଛି । ତେବେ ଆସନ୍ତା ୧୨ ତାରିଖରେ ଏହାର ସ୍ପଷ୍ଟ ଚିତ୍ର ଆସିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।