ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଓଡିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଇଥିବା ମାତୃଭାଷା ସମ୍ମିଳନୀ ପ୍ରବାସୀ ଭାଷା ସମ୍ମାନ ଘୋଷଣା କରାଯାଇଛି । ଏହି ଅବସରରେ ୧୨ ବିଶିଷ୍ଟ ବ୍ୟକ୍ତି , ୪ ଅନୁଷ୍ଠାନ ଓ ୩ ଯୁବ ପ୍ରତିଭାଙ୍କୁ ୨୦୨୧ ପ୍ରବାସୀ ଭାଷା ସମ୍ମାନ ପ୍ରଦାନ କରାଯିବ । ଏ ନେଇ ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ଚଳିତ ବର୍ଷ ଓଡିଆ ଭାଷାର ପ୍ରଥମ ସମ୍ମାନ ଆମ ଘରର ହାଲଚାଲ ପାଇଁ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ । ଓଡିଶୀ ସଙ୍ଗୀତକୁ ବିଶେଷ ଅବଦାଦନ ପାଇଁ ଶ୍ୟାମାମଣି ଦେବୀ , ଓଡିଶୀ ନୃତ୍ୟ ଓ ଓଡିଆ ଭାଷା ସଂସ୍ୃତି ପାଇଁ ଇଲିୟାନୀ ସୀଟାରିଷ୍ଟ ଓ ୫୦୦ ରୁ ଅଧିକ ଊର୍ଧ୍ବ ଉପନ୍ୟାସ ରଚନା କରିଥିବା ଲେଖକ ଭାଗୀରଥି ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ଥିବାରୁ ଏହି ପୁରସ୍କାର ୱେବିନାର ମାଧ୍ୟମରେ ପ୍ରଦାନ କରାଯିବ । ଆସନ୍ତା ପେବୃୟାରୀ ୨୦ ଏବଂ ୨୧ ତାରିଖରେ ଦି ଇଣ୍ଟେଲେକ୍ଟସ ଓ ବିଶ୍ବ ଓଡିଆ ସଂସ୍ଥାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ୪୦ ରୁ ଅଧିକ ଦେଶ, ସମସ୍ତ ୬ ଟି ଭାରତୀୟ ଶାସ୍ତ୍ରୀୟ ଭାଷା ଓ ଅନ୍ୟ ଭାରତୀୟ ଭାଷାର ପ୍ରତିନିଧି ମାନେ ଅଂଶଗ୍ରହଣ କରିବେ ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି ।