ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁରୀରେ ସବୁ ଜିଲ୍ଲା ପାଇଁ ନିର୍ମାଣ ହେଉ ସ୍ୱତନ୍ତ୍ର ଭବନ । ଏମିତି ହେଲେ ବାହାର ଜିଲ୍ଲାରୁ ଆସୁଥିବା ତୀର୍ଥ ଯାତ୍ରୀଙ୍କ ପାଇଁ ଏହା ବେଶ ସହାୟକ ହେବ । ରାଜଧାନୀ ଦିଲ୍ଲୀରେ ଯେଉଁଭଳି ସବୁ ରାଜ୍ୟ ପାଇଁ ସ୍ୱତନ୍ତ୍ର ଭବନ ରହିଛି ସେହିଭଳି ପୁରୀରେ ସମସ୍ତ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଭବନ ନିର୍ମାଣ ହେଉ ।
ଏମିତି କିଛି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଏଥିପାଇଁ ସରକାରୁ ଅଧ ଏକର ଜମି ଯୋଗାଇୂ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଏବେ ପୁରୀକୁ ଐତିହ ସ୍ଥଳି ଭାବେ ନିର୍ମାଣ କରିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଦୀପ୍ତ ନାୟକଙ୍କ ଏହି ଚିଠି ବହୁ ଗୁରୁତ୍ୱ ବହନ କରୁଛି ବୋଲି ଆଲୋଚନା ହେଉଛି ।