କେନ୍ଦୁଝର (ଏଟିଆର ବ୍ୟୁରୋ); ପୁଣି ଭାରରେ ବୁହା ହେଲେ ପ୍ରସୂତୀ । ଦୀର୍ଘ ୪ କିଲୋମିଟର ରାସ୍ତା ଖଟିଆରେ ବୁହା ହେଲେ ପ୍ରସୂତୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ଅନର୍ଗତ ଛଡାଡିହି ଗାଁରେ । ରାସ୍ତା ଖରାପ ଯୋଗାଁ ଆସି ପାରିନଥିଲା ଆମ୍ବୁଲାନ୍ସ । ଫଳରେ ସମ୍ପର୍କୀୟମାନେ ୪ କିଲୋମିଟର ନୋବ ପରେ ଆମ୍ବୁଲାନ୍ସରେ ଯାଇଥିଲେ ପ୍ରସୂତି ।
ସୂଚନା ଅନୁଯାୟୀ ଗାଁର ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଅନୁଭବ ହୋଇଥିଲା । ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଗାଁକୁ ଖରାପ ରାସ୍ତା ହୋଇଥିବାରୁ ଆମ୍ବୁଲାନ୍ସ ଆସିବା ପାଇଁ ମନା କରିଦେଇଥିଲା । ଗର୍ଭବତୀଙ୍କ ପରିବାର ଲୋକ ଏବଂ ସମ୍ପର୍କୀୟ ତାଙ୍କୁ ୪ କିଲୋମିଟର ନୋବ ପରେ ଆମ୍ବୁଲାନ୍ସ ଆସି ଅପେକ୍ଷା କରି ରହିଥିଲା । ସେଠାରୁ ସେ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ଯାଇଥିଲେ ।
ପ୍ରତ୍ୟେକ ଦିନ ଏଭଳି ଘଟଣା ନଜରକୁ ଆସୁଥିଲେ ମଧ୍ୟ ଚେତୁନାହାଁନ୍ତି ପ୍ରଶାସନ ଏବଂ ସରକାର । ନିକଟରେ ଦାନ ମାଝୀ ସ୍ତ୍ରୀର ଶବକୁ ବୋହିବା ଘଟଣାରେ ସାରା ବିଶ୍ୱରେ ଓଡିଶାକୁ ମୁଣ୍ଡ ନୁଆଁଇବାକୁ ପଡିଥିଲା । ମାତ୍ର ଏହା ପରେ ମଧ୍ୟ ଏଭଳି ସବୁ ଘଟଣା ଘଟିବା ଅତି ନିନ୍ଦନୀୟ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ଓଡିଶାରେ ବିକାଶ ହୋଇଛି ବୋଲି ଡେଙ୍ଗୁରା ପିଟୁଥିବା ରାଜ୍ୟ ସରକାରଙ୍କ କେବେ ନିଦ ଭାଙ୍ଗିବ ଏବଂ ଅପହନ୍ତ ସ୍ଥାନ ମାନଙ୍କୁ ରାସ୍ତା ଯିବ ସେ ସେଇ ପ୍ରଶ୍ନ କରିଛନ୍ତି ଜନତା ।