କେନ୍ଦୁଝର (ଏଟିଆର ବ୍ୟୁରୋ); ପୁଣି ଫେଲ ମାରିଲା ରାଜ୍ୟ ସରକାରଙ୍କ ଆମ୍ବୁଲାନ୍ସ । ଖଟିଆରେ ୫ କି.ମି ବୁହା ହେଲେ ପ୍ରସୂତୀ । ଶେଷରେ ମହିଳା ମେଡିକାଲରେ ପହଁଞ୍ଚିବା ପୂର୍ବରୁ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତେବେ ଏଭଳି ଏକ ଅଭାବନୀୟ ଘଯଣା କେନ୍ଦୁଝର ଜିଲ୍ଲା ବାଂଶପାଲ ବ୍ଳକ ଛାଡଡିହି ଗାଁରେ ଦେଖିବାକୁ ମିଳିଛି । ଏବେ ଉଭୟ ମା ଏବଂ ଛୁଆ ସୁସ୍ଥ ଥିବା ଜଣାପଡିଛି ।
ସୂଚନା ଯୋଗ୍ୟ , ଛାଡଡିଡି ଗ୍ରାମର ପଦ୍ମିନୀ ଦେହୁରୀ ନାମକ ପ୍ରସୂତୀ ସୋମବାରଠାରୁ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ତେବେ ଆମ୍ବୁଲାନ୍ସକୁ ଫୋନ ନ କରିଥିଲେ ସୁଦ୍ଧା ଗାଁକୁ ଖରାପ ରାସ୍ତା ହୋଇଥିବାରୁ ଆମ୍ବୁଲାନ୍ସ ଆସିବା ପାଇଁ ମନା କରି ଦେଇଥିଲା । ଆମ୍ବୁଲାନ୍ସ ଗାଁଠାରୁ ୫ କି.ମି ଦୂର ଉପରରାଇଗୋଡାରେ ଅପେକ୍ଷା କରି ରହିଥିଲା ଏବଂ ସମ୍ପର୍କୀୟଙ୍କ କହିଥିଲା କି ସେଠାକୁ ପ୍ରସୂତୀଙ୍କୁ ନେବା ପାଇଁ । ଶେଷରେ ପରିବାର ଲୋକ ଖଟିଆରେ ବୋହି ପ୍ରସୁତିଙ୍କୁ ଆମ୍ବୁଲାନ୍ସରେ କେନ୍ଦୁଝର ମେଡିକାଲ ନେଉଥିବା ବେଳେ ବାଟରେ ପୂତ୍ର ସନ୍ତାନ ଜନ୍ମ ଦେଇଥିଲେ ମହିଳା ।
ରାଜ୍ୟ ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗାଁକୁ ରାସ୍ତା ନଥିବା ଏକ ଅଭାବନୀୟ ଘଟଣା । ସେପଟେ ରୋଗୀଙ୍କ ଉଦେ୍ଧଶ୍ୟ କରାଯାଇଥିବା ଆମ୍ବୁଲାନ୍ସ ଯୋଜନା ରୋଗୀଙ୍କ ଠିକସେ ପହଁଞ୍ଚି ପାରୁନଥିବା ବାରମ୍ବାର ଅଭିଯୋଗ ଆସୁଛି । ଯାହାକି ଏକ ଏକ ଲଜ୍ୱା ଜନକ ଘଟଣା ।