ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ମାସ୨ ତାରଖରେ ଧରାପୃଷ୍ଠକୁ ଅବତରଣ କରିବେ ବିଷ୍ନ ବିନାଶକ ପ୍ରଭୁ ଗଣେଶ । ଏଥିପାଇଁ ଗାଁଠୁ ସହର ସବୁଠି ଚାଲିଛି ମୂର୍ତ୍ତି ତିଆରି କାମ । ଗଣେଶ ପୂଜାକୁ ଆଉ ଅଳ୍ପ କେଇଦିନ ବାକି । ସେଥିପାଇଁ ଯୋରସୋରରେ ଚାଲିଛି ଗଣେଶ ମୂର୍ତ୍ତି ତିଆରି କାମ । ଆଉ ଦିନ ରାତି ଏକ କରିଦେଇ ମୂର୍ତ୍ତି ତିଆରି କରୁଛନ୍ତି କାରିଗର ।
ଜଣେ କି ଦୁଇ ଜଣ ନୁହେଁ ମୂର୍ତ୍ତି ତିଆରିରେ ଲାଗିଛନ୍ତି ଅନେକ କାରିଗର । ଗଣେଶ ପୂଜାକୁ ଆଉ ଅଳ୍ପ ଦିନ ଥିବାରୁ ସେମାନଙ୍କ ହାତକୁ ଫୁରସତ ନାହିଁ । ବିଭିନ୍ନ ପୂଜା ମଣ୍ଡପରୁ ବଇନା ଆଣିଛନ୍ତି କାରିଗର । ଠିକ୍ ସମୟରେ ମୂର୍ତ୍ତି କାମ ସାରି ଗ୍ରାହଙ୍କଙ୍କୁ ଦେବାକୁ ଦିନ ରାତି ଲାଗିପଡିଛନ୍ତି କାରିଗର । କେଉଁ ମୂର୍ତ୍ତରେ ଗଣେଶ ମୂଷାକୁ ଚୁମା କରୁଛିତ ଆଉ କେଉଁ ମୂର୍ତ୍ତରେ ଗଣେଶ ଖାତା ବହି ଧରି ପାଠ ପଢୁଛନ୍ତି । ଏଥର ଦେଖିବାକୁ ମିଳିବ ଭିନ୍ନ ଭିନ୍ନ ରକମର ଗଣେଶ ମୂର୍ତ୍ତି ।
ଏହା ସହ ବାହୁବଳି ଗଣେଶ, ଶିବ ଗଣେଶ, ନଟରାଜ ଗଣେଶ, ଗଛ ଗଣେଶର ମଧ୍ୟ ପୂଜା ବଜାରରେ ଅଧିକ ଚାହିଦା ରହିଛି । ଯାହାର ଦାମ ୨ ହଜାରରୁ ଆରମ୍ଭ ହୋଇ ୨୦ ହଜାର ର୍ପଯନ୍ତ ରହିଛି । ଏହି ସମୟରେ ମୂର୍ତ୍ତ ତିଆରି କରି ଭଲ ଦି ପଇସା ରୋଜଗାର କରନ୍ତି ଶିଳ୍ପି । ଭୁବନେଶ୍ୱରେ ତିଆରି କରାଯାଉଥିବା ମୂତ୍ତି କାମରେ ଆମ ରାଜ୍ୟର କାରିଗର ସହ ପଡୋଶି ରାଜ୍ୟର କାରିଗର ମଧ୍ୟ ଲାଗିଛନ୍ତି ।