କଟକ (ଏଟିଆର ବ୍ୟୁରୋ): ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତ ହେବେ ସଂଜୀବ ପାଣିଗ୍ରାହୀ । ରାଷ୍ଟ୍ରପତିଙ୍କ ଠାରୁ ମିଳିଲା ଅନୁମୋଦନ । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜି ରାଷ୍ଟ୍ରପତିଙ୍କ ଠାରୁ ଅନୁମୋଦନ ମିଳିବା ପରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ସଂଜୀବ ପାଣିଗ୍ରାହୀ ବର୍ତ୍ତମାନ ସୁପ୍ରିମକୋର୍ଟର ଆଇନଜୀବି ଭାବେ କାର୍ଯ୍ୟ କରୁଛନ୍ତି ।
ତେବେ ଓଡିଶା ହାଇକୋର୍ଟରେ ସଂଜୀବ ପାଣିଗ୍ରାହୀ ବିଚାରପତି ଭାବେ ଯୋଗ ଦେବା ପରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା କମ ଥିବାରୁ ଅନେକ କେସ୍ ଏବେ ବି ବିଚାର ନହୋଇ ପଡିରହିଛି ।