ଖୋର୍ଦ୍ଧା (ଏଟିଆର ବ୍ୟୁରୋ): ଖୋର୍ଦ୍ଧା ବରୁଣେଇଠାରେ ପାଇକ ବିଦ୍ରୋହର ଶିଳାନ୍ୟାସ କଲେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଭା ଆରମ୍ଭରୁ ରାଷ୍ଟ୍ରପତିଙ୍କୁ ପଟ୍ଟଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ ପାଇକମାନଙ୍କର ବୀର ଗାଥା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ପ।ଇକ ବିଦ୍ରୋହର ଗାରିମା ସମ୍ପର୍କରେ ସେ ତାଙ୍କ ଅଭି ଭାଷଣରେ କହିଛନ୍ତି । ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁଙ୍କ ଭଳି ମାହାନ ସିପାଇଙ୍କ ସ୍ମୃତି ଚାରଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଭି ଭାଷଣରେ ପାଇକ ସ୍ମାରକୀ ପାଇଁ କେନ୍ଦ୍ରର ପେଟ୍ରୋଲିୟମ ଓ ସଂସ୍କୃତି ବିଭାଗକୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରାଜ୍ୟ ସରକାର ପାଇକ ସ୍ମାରକୀ ସ୍ଥଳ ନିର୍ମାଣ କରିବା ପାଇଁ ସମସ୍ତ ନଜି ଯୋଗାଇ ଦେବେ ।
ପାଇକ ବିଦ୍ରୋହ ଇଂରେଜ ସରକାର ବିରୋଧ ଏକ ଜନ ଆନ୍ଦୋଳନ ଥିଲା । ୧୮୦୩ ପର୍ଯ୍ୟନ୍ତ ଓଡିଶା ଅପରାଜୟ ରହିଥିଲା । ବରୁଣେଇକୁ ବୀର ଅଭି ଭାଷଣ କହି ନିଜର ଅଭି ଭାଷଣ ରଖିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପାଇକମାନେ ସ୍ୱାଭୀମାନୀ ଥିଲେ , ଇଂରେଜଙ୍କ ବିରୋଧ ଲଢିଥିଲେ । ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ଲଢେଇ କରିଥିଲେ । ଇଂରେଜ ମାନେ ଏହି ଆନ୍ଦୋଳନକୁ ଦମନ କରିଥିଲେ ମଧ୍ୟ ଏହା ସ୍ମରଣୀୟ । ସ୍ମାରକୀ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀଦ ପଟ୍ଟନାୟକ ଓ ଧମେନ୍ଦ୍ର ପଟ୍ଟନାୟକଙ୍କୁ ପ୍ରଶଂସା କରିଲେ ରାଷ୍ଟ୍ରପତି । ପାଇକ ବିଦ୍ରୋହରର ଶିଳାନ୍ୟାସ ସମାବେଶରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ର ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, ରାଜ୍ୟ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିବା ସହ ବୀର ପ।ଇକଙ୍କ ଗାଥା ବଖାଣି ଥିଲେ ।