ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୫ ଲକ୍ଷ ୧୦୦ ଟଙ୍କାର ଚେକ ଦାନ କରିଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈାହାନ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ଅର୍ଥ ସଂଗ୍ରହ ଅଭିଯାନ ଫେବ୍ରୁଆରି ୨୭ ପର୍ଯ୍ୟନ୍ତ ଚାଲିବ ।
ରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ସହ ସଭାପତି ଗୋବିନ୍ଦ ଦେବ ଗିରଜୀ ମହାରାଜ ଆଜି ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଏବଂ ତାଙ୍କ ସହ ଭିଏଚପିର କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଉପସ୍ଥିତ ଥିଲେ । ଭିଏଚପିର କୁମାର କହିଛନ୍ତି ରାଷ୍ଟ୍ରପତି ଆମ ଦେଶର ପ୍ରଥମ ନାଗରିକ । ଆମେ ତାଙ୍କଠାରୁ ଏହି ଅଭିଯାନ ଆରମ୍ଭ କରିଛୁ ।
ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ୧୦, ୧୦୦ ଓ ୧୦୦୦ ଟଙ୍କିଆ କୁପନର ବ୍ୟବସ୍ଥା କରିଛନ୍ତି। ଟ୍ରଷ୍ଟ ସରକାରୀ ଅନୁଦାନ, ବିଦେଶୀ ପାଣ୍ଠି କିମ୍ବା କର୍ପୋରେଟ୍ ସେକ୍ଟରର ଆର୍ଥି ସହାୟତା ମନ୍ଦିର ନିର୍ମାଣ କାମରେ ବ୍ୟବହାର କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି।