ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୧୦ ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କର ଦୁଇ ଦିନିଆ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତି ମୁର୍ମୁ ୧୦ ତାରିଖରେ ଭୁବନେଶ୍ୱରରେ ପହଁଚିବା ପରେ ରାଜଭବନରେ ରାତ୍ରୀ ରହଣୀର ବନ୍ଦୋବସ୍ତ କରାଯାଇଛି । ଏହାପରେ ପୁରୀ ଅଭିମୁଖେ ଯାତ୍ରା କରିବେ । ସେଠାରେ ଶ୍ରୀଜିଉଙ୍କୁ ଦର୍ଶନ କରି ସାରିବା ପରେ ୧୧ ତାରିଖରେ ଦିଲ୍ଲୀ ଅଭିମୁଖେ ବାହାରିବେ ।