ପୁରୀ (ଏଟିଆର ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ମାତ୍ର ଏବେ ରାଷ୍ଟ୍ରପତିଙ୍କ ରହଣୀ କାର୍ଯ୍ୟକ୍ରମରେ ସମାନ୍ୟ ପରିବର୍ତ୍ତନ କରାଯାଇଛି । ୧୯ ତାରିଖରେ ପୁରୀରେ ପହଁଚିଲା ପରେ ହୋଟେଲରେ ନୁହେଁ ରାଜଭବନରେ ରହିବେ ରାଷ୍ଟ୍ରପତି । ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ଆସନ୍ତା ୧୯ ତାରିଖରେ ୫ଟାରୁ ୫ଟା ୪୫ ମିନିଟ୍ ମଧ୍ୟରେ ଗର୍ଭଗୃହରେ ପରିବାର ସହ ଶ୍ରୀଜିଉ୍ଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ସେଥିପାଇଁ ଅପରାହ୍ନ ୪ଟାରୁ ରାଷ୍ଟ୍ରପତି ପର୍ତ୍ତ୍ୟାବର୍ତ୍ତନ ଯାଏଁ ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।