ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଭବନରୁ ରାଉରକେଲା ଅଭିମୁଖେ ଯାତ୍ରା କରିବେ । ରାଉରକେଲା NITର ସମାବର୍ତ୍ତନ ଉତ୍ସବ ଓ RSPର ସୁପର୍ ସ୍ପେଶାଲିଟି ହସପିଟାଲ୍କୁ ଉଦ୍ଘାଟନ କରିବେ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଜୁଏଲ ଓରାମ ମଧ୍ୟ ଏହି ଉତ୍ସବରେ ଯୋଗ ଦେବେ ।
ଏହି ଉତ୍ସରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ପ୍ରମୋଦ ମିଶ୍ର,ସାହିତ୍ୟ କ୍ଷେତ୍ରରେ ସୀତାକାନ୍ତ ମହାପାତ୍ର,ଓ ଶିଳ୍ପ କ୍ଷେତ୍ରରେ କୁମାର ମଙ୍ଗକମ୍ ବିର୍ଲା ଓ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯିବ ।
୨୧ ତାରିଖରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ କୋଣାର୍କ ସୂର୍ୟ୍ୟ ମନ୍ଦିର ବୁଲି ଦେଖିବାର କର୍ୟ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ସମସ୍ତ ସ୍ଥାନରେ ଆଜି କାର୍କେଡ୍ ରିହର୍ସଲ୍ କରାଯାଇଛି।୧୧୮ ଜଣଙ୍କୁ ଡକ୍ଟରେଟ,୩ଜଣଙ୍କୁ ସମ୍ମାନିତ ଡି.ଏସସି ଡିଗ୍ରୀ ପ୍ରଦରନ କରାଯିବା ସହ ୮ ଜଣ ପ୍ରାକ୍ତନ ଛାତ୍ରଙ୍କୁ ସମ୍ମାନିତ କରାଯିବ ।
ଅପରାହ୍ନ ୪ଟା ୧୫ ରେ କୋଣାର୍କ ହେଲିପ୍ୟାଡରୁ ହେଲିକପ୍ଟରରେ ଭୁବନେଶ୍ଵର ଫେରିବାର କାର୍ୟ୍ୟକ୍ରମ ରହିଛି। ଆସନ୍ତାକାଲି ଅପରାହ୍ନରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।