ପୁରୀ(ଏଟିଆର ବ୍ୟୁରୋ): ଆଜି ରାଷ୍ଟ୍ରପତି ରାମଦାଥ କୋବିନ୍ଦ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ରାଷ୍ଟ୍ରପତିଙ୍କ ସହ କେନ୍ଦ୍୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ରାଜ୍ୟପାଳ ପ୍ରଫେସା ଗଣେଶୀ ଲାଲ ,ପୁରୀ ବିଧାୟକ ଜୟନ୍ତୀ ଷଡଙ୍ଗୀ ମହାପାତ୍ର ଉପସ୍ଥିତ ଥିଲେ ।
ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ଗଜପତି ମହାରାଜ ତାଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ‘ସମର୍ପଣ ନିଧି’ ଦାନ କରିଛନ୍ତି । ନିଜ ଦରମାରୁ ଶ୍ର୍ରୀମନ୍ଦିରର ମୁଖ୍ୟ ପ୍ରଶାସନଙ୍କୁ ୧ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଦାନ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ପ୍ରାୟ ୪୦ ମିନିଟ୍ ପର୍ୟ୍ୟନ୍ତ ମନ୍ଦିର ଭିତରେ ରହିଥିବା ଜଣାଯାଇଛି। ଏହାପରେ ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ ପରେ ମା’ ବିମଳା, ମହାଲକ୍ଷ୍ମୀ ମନ୍ଦିରର ଯିବେ।
ଏହାପରେ ୧୧ଟା ୨୦ରୁ ୧୨ଟା ଯାଏଁ ଆଇଓସିଏଲ ବାଖ୍ୟାନ ପରିଦର୍ଶନ କରିବେ । ୧୨ଟା ୫ ମିନିଟରେ କୋଣାର୍କ ଓଟିଡିସି ଯାତ୍ରୀନିବାସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ବ୍ୟବସ୍ଥା ହୋଇଛି । ଅପରାହ୍ନ ୪ ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଣାର୍କରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।