ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ଗସ୍ତର ଦ୍ୱିତୀୟ ଦିନରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଦର୍ଶନ କରିବା ସହ ଜଳାଭିଶେକ ମଧ୍ୟ କରିଛନ୍ତି ।
ଜଳାଭିଶେକ ଓ ପୂଜାର୍ଚ୍ଚନା ପରେ ରାଷ୍ଟ୍ରପତିଙ୍କୁ ସେବାୟତଙ୍କ ପକ୍ଷରୁ ପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ, କୋରା ଖଇ ଭେଟି ଦିଆଯାଇଛି ।
ଲିଙ୍ଗରାଜ ମନ୍ଦିରରେ ରାଷ୍ଟ୍ରପତି ପହଁଚିବା ପରେ ପ୍ରଥମେ ଦେବ ପାଦହରା ପୁଷ୍କରଣୀ ଓ ପରେ ବିନ୍ଦୁ ସାଗରରେ ପାଦ ଧୋଇବା ପରେ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ତିନି ନିଯୋଗ ସମ୍ପାଦକ ।