ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମୁକାବିଳା କରିବା ପାଇଁ ୪୪.୫ କୋଟି ଟଙ୍କା ୩୦ଟି ଜିଲ୍ଲାକୁ ଦିଆ ଯାଇଛି । ୨୪ ଘଣ୍ଟା ମଧ୍ୟରେ ଓଡିଶା ରାଜ୍ୟ ଔଷଧ ନିଗମକୁ ଟଙ୍କା ଯୋଗାଇ ଦିଆଯିବ । ଓଡିଶାକୁ ଭାରତର ବିଭିନ୍ନ ପ୍ରାନ୍ତରୁ ୭୮୨୩୩ ଜଣ ଲୋକ ଫେରିଛନ୍ତି । ଏମାନେ ୧୪ ଦିନ ହୋମ ଆଇସୋଲେଶନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାରା ବିଶ୍ୱରେ ୪୨୨୮୨୯ ଜଣ ଆକ୍ରାନ୍ତ ଥିବା ବେଳେ ୧୮୯୦୭ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ ୫୬୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧ ମୃତ୍ୟୁ । ୪୦୧୫ ଜଣ ପୋର୍ଟଲରେ ପଞ୍ଜିକରଣ କରିଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ ସମସ୍ତେ ଆକ୍ରାନ୍ତ ଅଛନ୍ତି ବୋଲି କିଛି କହି ହେବ ନାହିଁ ବୋଲି ସୁବ୍ରତ ବାଗଚୀ କହିଛନ୍ତି । ଏହା ସହ ସୁବ୍ରତ ବାଗଚି କହିଛନ୍ତି ଲକ୍ ଡାଉନ୍ ପରିସ୍ଥିତିରେ ସମ୍ବନ୍ଧନ ଭାଙ୍ଗି ଯାଏ । ନୂଆ କରି ସମ୍ବନ୍ଧନ ଗଠନ କରନ୍ତୁ । ସମସ୍ତଙ୍କ ମଧ୍ୟରେ ଦେବ ଓ ଦାନବ ଅଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ନିଜ ମନରେ ଦେବଙ୍କ ସ୍ୱର ଶୁଣନ୍ତୁ ଓ ଦେବତୁଲ୍ୟ ବ୍ୟବହାର କରନ୍ତୁ । ୨୧ ଦିନ ପର୍ଯ୍ୟନ୍ତ ସଞ୍ଜମତା ରଖା କରନ୍ତୁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥା ଉପରେ ବିଶ୍ୱାସ ରଖିବାକୁ ସୁବ୍ରତ ବାଗଚୀ କହିଛନ୍ତି ।
ସୂଚନା ଯୋଗ୍ୟ କରୋନା ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ୧୯୬ ଦେଶକୁ ବ୍ୟାପି ସାରିଲାଣି । ଏହି ଭାଇରସରେ ଆକ୍ରାନ୍ତ ହୋଇ ପ୍ରାୟ ୧୬ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ଏହି ଭାଇରସରେ ୫୬୨ ରୁ ଅଧିକ ଲୋକ ଆକ୍ରାନ୍ତ ଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ୨ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିଠୁ ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି ।