ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରୋନ୍ସ ମାଧ୍ୟମରେ ଜାତୀୟ ପାଣିପାଗ କନକ୍ଲେଭ ଉଦଘାଟନ କରିବେ ।ପ୍ରଧାନମନ୍ତ୍ରୀ ଜାତୀୟ ପରିବେଶ ମାନକ ଗବେଷଣା ଗାରର ଭିତ୍ତିପ୍ରସ୍ଥର ମଧ୍ୟ ସ୍ଥାପନ କରିବେ ।ଏହି ଅବସରରେ ସ୍ୱସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଯୋଗଦେବେ ।
ସି.ଏସ.ଆର.ଏନ.ପିଏଲ ସଂସ୍ଥାର ୭୫ ବର୍ଷ ପୁରଣ ପାଳନ ଅବସରରେ ଏହି କନକ୍ଲେଭର ଆୟୋଜନ କରାଯାଇଛି । ଚଳିତ ବର୍ଷର ଶୀର୍ଷକ ହେଉଛି “ଜାତୀୟ ସାମଗ୍ରିକ ଅଭିବୃଦ୍ଧିରେ ପାଣିପାଗର ଭୂମିକା” ।ନ୍ୟାସନାଲ ଆଟମିକ ଟାଇମ ସ୍କେଲ୍ ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମକୁ ୨.୮ ନାନୋ ସେକେଣ୍ଡ ପର୍ଯ୍ୟନ୍ତ ଠିକ ଭାବେ ଦର୍ଶାଇବ ।
ଏହି ଦ୍ରବ୍ୟ ବିଭିନ୍ନ ସଂସ୍ଥା ଓ ଗବେଷଣାଗାରରେ ହେଉଥିବା ସମସ୍ତ ପରୀକ୍ଷା ଓ ଏଥିରେ ବ୍ୟବହୃତ ଯନ୍ତ୍ରାଂଶର ମାନକୁ ଆନ୍ତର୍ଜାତୀୟ ସ୍ତରରେ ବୃଦ୍ଧି କରାଇବାରେ ସହାୟତା କରିବ ।