କୋଲକତା(ଏଟିଆର ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବର୍ଷ ପରେ ବିଦେଶ ଗସ୍ତ କରିବେ । କରୋନା ମହାମାରୀ ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବଦେଶ ଯାତ୍ରା । ପ୍ରଧାନମନ୍ତ୍ରୀଙ୍କ ବାଲାଂଦେଶ ଗସ୍ତ ଏକ ରାଜନୈତିକ ଅଭିସନ୍ଧି ବୋଲି ଆଲୋଚନା ରହିଛି ।
ଚଳିତ ମାସ ମାର୍ଚ୍ଚ ୨୬ ଓ ୨୭ ତାରିଖରେ ମୋଦୀ ବାଲାଂଦେଶରେ ପହଞ୍ଚିବେ । ଏହା ସହ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ସେ ଯୋଗଦେବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ମତୁଆ ସଂପ୍ରଦାୟର ଧର୍ମଗୁରୁ, ହରିଶଚନ୍ଦ୍ର ଠାକୁରଙ୍କ ଜନ୍ମ ସ୍ଥଳୀ ମଧ୍ୟ ଗସ୍ତ କରିବେ।
ପ୍ରଧାନମନ୍ତ୍ରୀ ବାଲାଂଦେଶ ଗସ୍ତ କରି ପଶ୍ଚିମବଙ୍ଗ ରାଜନୀତିର ସବୁଠାରୁ ମାଷ୍ଟର କାର୍ଡ ମତୁଆ ସଂପ୍ରଦାୟର ଭୋଟ ନିଜ ହାତକୁ ନେବା ପାଇଁ ଚେଷ୍ଠା କରୁଛନ୍ତି ବୋଲି କହିଛନ୍ତି ରାଜନୈତିକ ଦଳ । ମତୁଆ ସଂପ୍ରଦାୟର ବହୁ ଅଞ୍ଚଳରେ ଥିବା ୨୧ ଟି ଆସନରୁ ତୃଣମୂଳ କଂଗ୍ରେସକୁ ୧୮ ଟି ଆସନ ମିଳିଛି । ତେଣୁ ପ୍ରଧାନମନ୍ତ୍ରୀ ଏହିଆସନକୁ ନଜରରେ ରଖି ପଶ୍ଚିମବଙ୍ଗ ଆସିଛନ୍ତି ବୋଲି କୁହାଯାଇଛି ।