ବରଗଡ ( ଏଟିଆର ବ୍ୟୁରୋ): ଜେଲରେ କଏଦୀ କଲା ମେଲୋଡ୍ରାମା । ପୋଲିସକୁ ଚକମା ଦେଲା କଏଦୀ । ପରିସ୍ରା କରିବାକୁ ଯାଇ ଫେରାର । ଏମିତି ଏକ ଚୋର ପୋଲିସ ଖେଳ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଜେଲରୁ ମେଡିକାଲକୁ ଆସିଥିବା ଜଣେ କଏଦୀ ପୋଲିସକୁ ଚକମା ଦେଇ ଡାକ୍ତରଖାନାରୁ ଫେରାର ହୋଇ ଯାଇଛି ।
ସୂଚନା ଅନୁସାରେ ଗତକାଲି ବରଗଡ ଉପକାରଗାରରେ ଥିବା ଜଣେ ବିଚାରଧୀନ କଏଦୀ ଚିକିତ୍ସା ପାଇଁ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସିତ ହେବା ପାଇଁ ଆସିଥିଲେ ସେଠାରେ ଚିକିତ୍ସା ହେବା ବେଳେ ପୋଲିସକୁ ବାହାରକୁ ଶୌଚ ହେବାକୁ କହି ଚମ୍ପଟ ମାରିଛି । କଏଦୀ ଟି ପ୍ରଥମେ ଜେଲ ଭିତରେ ଏକ ବ୍ଲେଡରେ ନିଜ ହାତକୁ କାଟିଥିଲା । ହାତରୁ ରକ୍ତ ଶ୍ରାବ ହେବାରୁ ଜେଲ ପକ୍ଷରୁ ତାକୁ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
ସେଠାରେ ଚିକିତ୍ସିତ ହେଉଥିବା ବେଳେ ବାହାରକୁ ଶୌଚ ହେବା ପାଇଁ କହି ବାହାରକୁ ଯାଇଥିଲା ଆଉ ଫେରି ନଥିଲା । ବହୁତ ଖୋଜାଖୋଜି ପରେ ସେ ଫେରାର ହୋଇ ଯାଇଥିବା ଜଣା ପଡିଛି । କଏଦୀର ନାଁ ନକୁଳ ମାଝି । ନକୁଳ ମାଝି ଏକ ଡକାୟତୀ କେସରେ ସଜା କାଟୁଥିଲା । କଏଦୀର ଫେରାର ହୋଇଯିବା ସୂଚନା ପାଇଁ ବରିଷ୍ଠ ଅଧିକାରୀ ମାନେ ଡାକ୍ତରଖାନାରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛନ୍ତିି ।