ସାଲେପୁର ( ଏଟିଆର ବ୍ୟୁରୋ): ଗତକାଲି ଶିଶୁଆ ଉପକାରାଗାରୁ ଜଣେ କଏଦୀ ଚମ୍ପଟ ମାରିଥିଲା । ଯାହାକୁ ଏବେ ପୋଲିସ ମାଡି ବସିଛି । ସୂଚନା ଅନୁସାରେ ଆଜି ଗତକାଲି ସାଲେପୁର ସବଜେଲରେ ଜଷର ଦୁଷ୍କର୍ମ ଅଭିଯୁକ୍ତ ସଜ୍ଜା କାଟୁଥିଲା । ଗତକାଲି ସଂନ୍ଧ୍ୟାରେ ସେ ପାଚେରି ଡେଇଁ ଜେଲରୁ ଖସି ଯାଇଥିଲା । ଏନେଇ ଜେଲରଙ୍କ ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ ହୋଇଥିଲା ।
ପରେ ସାଲେପୁର ପୋଲିସର ଏକ ଟିମ ତାକୁ ଖୋଜାଖୋଜି ଆରମ୍ଭ କରିଥିଲା । ବହୁ ଖୋଜାଖୋଜି କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚମ୍ପଟ ମାରିଥିବା କଏଦୀକୁ ଧରିବାରେ ସଫଳ ହୋଇଥିଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଉପକାରାଗାର ଅଧିକାରୀ ମାନସ ରଞ୍ଜନ ସାମନ୍ତ । ଚମ୍ପଟ କଏଦୀକୁ ଧରିଥିବା ନେଇ ସାଲେପୁର ଥାନା ଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।