ବରଗଡ (ଏଟିଆର ବ୍ୟୁରୋ): ବରଗଡରେ ବସ୍ ଚଳାଚଳ ଠପ୍ ହୋଇପଡିଛି । ଆଜି ବରଗଡର ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସହରରେ ବସ୍ କର୍ମଚାରୀ ଏବଂ ଯାତ୍ରୀଙ୍କ ସୁବିଧାକୁ ଅଣଦେଖା କରି ନୂତନ ବସଷ୍ଟାଣ୍ଡରେ ବେଆଇନ ଭାବେ ଅଧିକାଂଶ ମାତ୍ରାରେ ଦୋକାନ ନିର୍ମାଣ କରାଯାଉଥିବାରୁ ବସ୍ ମାଲିକ ସଂଘ ଧାରଣ ଦେବାକୁ ବାଧ୍ୟ ହୋଇଛନ୍ତି ।
ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ବସ୍ ମାଲିକ ସଂଘ ଆଲୋଚନା କରିଥିଲେ ମଧ୍ୟ ଏବାବଦରେ କୌଣସି କାର୍ଯ୍ୟକାରୀ ହୋଇନାହିଁ । ସେଥିଲାଗି ଆଜି ଘରୋଇ ବସ୍ କର୍ମୀ ଅନ୍ଦୋଳନରେ ବସିଛନ୍ତି । ଅନ୍ୟପଟେ ଏହି ବନ୍ଦ ଡାକରାରେ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିଛି ।