ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଏଣିକି ଘରୋଇ ସ୍କୁଲରେ ନାଁ ଲେଖାଇ ପାରିବେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ । ଘରୋଇ ସ୍କୁଲରେ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ।
ଆସନ୍ତା ଫେବ୍ରୁଆରୀ ୨୪ ତାରିଖରେ ଅନଲାଇନ ନାମଲେଖା ବ୍ୟବସ୍ଥାର ଶୁଭାରମ୍ଭ ହେବାକୁ ଯାଉଛି । ରାଜ୍ୟ ସରକାର ଅନଲାଇନ ବ୍ୟବସ୍ଥା ଆଡମିଶସନ ପାଇଁ ଇଣ୍ଡସ୍ ଆକ୍ସନ ସଂସ୍ଥା ସହ ଚୁକ୍ତି କରିଛନ୍ତିବୋଲି କହିଛନ୍ତି ।ଚୁକ୍ତି ଅନୁସାରେ ୨୫ ତାରିଖରୁ ଛାତ୍ରଛାତୀମାନେ ଅନଲାଇନରେ ନାମଲେଖା ପାଇଁ ଆବେଦନ କରିପାରିବେ । ଏହା ସହ ୯ହଜାର ୯୬୫ ଶିକ୍ଷକଙ୍କୁ ନିୟମିତ କରିଛନ୍ତି ରାଜ୍ୟ ସରକାର ।