ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ବଢୁଥିବା ବେଳେ ହସ୍ପିଟାଲ ଗୁଡିକରେ ବେଡ ସଂଖ୍ୟା ବୃଦ୍ଧି କରାଯିବ । ଗତ ବର୍ଷ ଅପେକ୍ଷା ୪ ରୁ ୫ ଗୁଣ ଅଧିକ ଶର୍ଯ୍ୟା ବୃଦ୍ଧି କରାଯିବ । ଆଇସିୟୁ ବଢାଇବା ସମ୍ଭବ ନୁହେଁ । କାରଣ ଆଇସିୟୁ ବଢାଇବା ପାଇଁ ହେଲେ ସେଟଅପ୍ ଦରକାର । ୪ଟି କାଟାଗୋରୀରେ ବେଡ ଆବଶ୍ୟକ ।
ବର୍ତ୍ତମାନ ସ୍ଥିତିକୁ ଦେଖି ଅକ୍ସିଜେନ ସପୋର୍ଟ ବେଡ ଅଧିକ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସାଧାରଣ ବେଡ,ଅକ୍ସିଜେନ ବେଡ,ଆଇସିୟୁ ବେଡ,ଓ ଏହା ସହ ଭେଣ୍ଟିଲେଟର ଥିବା ବେଡ ଆବଶ୍ୟକ । ନିୟମ ଅନୁସାରେ ୧୦୦ ଟି ବେଡ ପାଇଁ ହାରାହାରି ୬ପ୍ରତିଶତ ଆଇସିୟୁ ବେଡ ଦରକାର ରହିଛି । ଏହାଦ୍ୱାରା କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖାଯାଇ ପାରିବ । କିନ୍ତୁ ପର୍ଯ୍ୟାୟକ୍ରମେ ଆବଶ୍ରମକତା ଅନୁସାରେ ଏହାକୁ ବୃଦ୍ଧି କରାଯିବ ।
ବର୍ତ୍ତମାନ ସାଧାରଣ ବେଡରେ ୨୫ ପ୍ରତିଶତ ଓ ଆଇସିୟୁରେ ୬୦ ପ୍ରତିଶତ ବେଡରେ ରୋଗୀ ଅଛନ୍ତି । ଓ ଭେଣ୍ଟିଲେଟର ୧୮ ପ୍ରତିଶତ ବ୍ୟବହାର ହେଉଥିବାବେଳେ ୨୪୮ ବେଡରୁ ୪୫ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି ।