ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍ ୨୦୨୩ । ଉଭୟ ରାଉଲକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ ଏବଂ ଭୁବନେଶ୍ୱରର କଳିଙ୍ଗଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଏହି ଅବସରରେ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିବାକୁ ଥିବା ବେଳେ ଭୁବନେଶ୍ୱର ଓ ରାଉଲକେଲାକୁ ଖୁବ୍ ସୁନ୍ଦର ଭାବେ ସଜା ଯାଇଛି । ବିଶ୍ୱସ୍ତରୀୟ ଏହି ଇଭେଣ୍ଟକୁ ସଫଳତାର ସହ ସମାପନ କରିବା ପାଇଁ ଲାଗି ପଡିଛନ୍ତି ରାଜ୍ୟ ସରକାର ।
ଏହାରି ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଏକ ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଷ୍ଟାଡିୟମ ଭିତରକୁ ସାଧାରଣ ଲୋକ ବୁଲି ଯିବା ପାଇଁ ଅନୁମତି ରହିଛି । ଆଜ୍ଞା ହଁ ଉଭୟ ଷ୍ଟାଡିୟମ ଭିତରେ ବୁଲି ମଜା ନେଇ ପାରିବେ ଲୋକେ । ମ୍ୟାଚ ଦିନରେ ଟିକେଟଧାରୀ ଏବଂ ଅନ୍ୟ ଦିନରେ ସାଧାରଣ ଲୋକ ଷ୍ଟାଡିୟମରେ ବୁଲି ପାରିବେ । ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏଁ ବୁଲି ପାରିବେ ଦର୍ଶକ ।
ତେବେ ଆସନ୍ତୁ ଜାଣିବା କେଉଁ ଷ୍ଟାଡିୟମରେ କେଉଁ କେଉଁ ଦିନ ଦର୍ଶକ ମାନେ ବୁଲି ପାରିବେ । ମ୍ୟାଚ ନଥିବା ଦିନ କଳିଙ୍ଗ ଷ୍ଟାଡିୟମରେ ଦର୍ଶକମାନେ ୧୨,୧୫,୧୮,୨୦,୨୧,୨୬,୨୮ ଦିନ ବୁଲି ପାରିବେ । ସେହିପରି ବିର୍ସାମୁଣ୍ଡା ଷ୍ଟାଡିୟମରେ ୧୭,୧୯,୨୧,୨୫,୨୭,୨୯ ରେ ବୁଲିବା ପାଇଁ ଅନୁମତି ରହିଛି ।