ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଅଫିସରଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର । ସାମୁଦ୍ରିକ ଝଡ ତିତଲିର ପ୍ରଭାବରେ କ୍ଷୟକ୍ଷତି ଓ ବନ୍ୟା ପରିସ୍ଥିତି କୁ ଆଖି ଆଗରେ ରଖି ସଚିବାଳୟ ଓ ବିଭାଗୀୟ ମୁଖ୍ୟ ଦପ୍ତରର ସମସ୍ତ ଛୋଟ ବଡ ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ତେବେ ଆସୁଥିବା ପୂଜା ପାଇଁ ଦିଆଯାଇଥିବା ଛୁଟିକୁ ମଧ୍ୟ ରଦ୍ଦ କରାଯାଇଛି । ତେବେ ସଚିବାଳୟର ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କ ଠାରୁ ଆରମ୍ଭ କରି ସଚିବ ପାହ୍ୟାର ସମସ୍ତ ଅଫିସରଙ୍କ ଛୁଟି ବାତିଲ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ର ପ୍ରମୁଖ ସଚିବ ଏକେକେ ମିନା ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି । ତିତଲିର କ୍ଷୟ କ୍ଷତି ଓ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପ୍ରମୁଖ ସଚିବ ଏପରି ନିଷ୍ପତି ନେଇଥିବା ଜଣାପଡିଛି । ସେପଟେ ସଚିବ ମାନଙ୍କୁ ରୋଷ୍ଟର ଡ୍ୟୁଟିର ବ୍ୟବସ୍ତା କରିବା ଲାଗି ପରାମର୍ଶ ମଧ୍ୟ ଦିଆଯାଇଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024