ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜିଠୁ ରାଜ୍ୟରେ ହେବ ପଲସ ପୋଲିଓ କାଯ୍ୟକ୍ରମ । ଏନେଇ ୩ ଦିନ ବନ୍ଦ ରହିବ କୋଭିଡ ଟିକାକରଣ । ତେବେ ଆସନ୍ତା ଫେବ୍ରୁଆରୀ ୩ ତାରିଖଠାରୁ ପୁଣିଥରେ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ମିଳିଛି ।
ଚଳିତ ମାସ ୧୬ ତାରିଖରୁ ପଲସ ପୋଲିଓ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିଲା । କିନ୍ତୁ ମହାମାରୀ କରୋନା ଟିକାକରଣ ପାଇଁ ଏହାକୁ ସ୍ଥଗିତ କରାଯାଇଥିଲା । ତେବେ ଆଜିଠାରୁ ପୋଲିଓ ବୁନ୍ଦା ୫ ବର୍ଷରୁୂ କମ୍ ଶିଶୁଙ୍କୁ ଏହା ଦିଆଯିବ । ରାଜ୍ୟରେ ୪୧,୩୧,୭୬୩ ଶିଶୁଙ୍କୁ ଏହି ଟିକା ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଛି ।
ୟୁନିଟ ୪ ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ସୂଚନା ମିଳିଛି । ରାଜ୍ୟରେ ଶନିବାର ୬୨.୨ ପ୍ରତିଶତ ଟିକାକରଣ କରାଯାଇଛି । ସମୂଦାୟ ୧୩ ଟି ଅଧିବେଶନରେ ୧୯୬୭ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବା ପାଇଁ ନିଷ୍ପତ୍ତି ଦିଆଯାଇଥିବା ବେଳେ ୧୨ ଟି ଅଧିବେଶନରେ ୧୨୨୪ ଜଣ ସ୍ୱାସ୍ଥ୍ୟକର୍ମୀ ଟିକାନେଇଛନ୍ତି ।