ସୁନ୍ଦରଗଡ (ଏଟିଆର ବ୍ୟୁରୋ); ଦରମା ମାଗି ହଟହଟା ହେଲେ ଶ୍ରମିକ । ହକ ଖଟିଥିଲେ ମଧ୍ୟ ଦରମା ମାଗିବାରୁ ଶ୍ରମିକଙ୍କୁ ନିର୍ଯ୍ୟାତନା ଦେଲା ମାଲିକ । ତେବେ ମାଡ ମାରି ନୁହେଁ ବରଂ ଏସିଡ ମାଡ ଏବଂ ଆଙ୍ଗୁଠି କାଟିବା ଭଳି ଅକଥନୀୟ ନିଯ୍ୟାତନାର ଶିକାର ହୋଇଛନ୍ତି ଶ୍ରମିକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଅଞ୍ଚଳରେ । ଏସିଡ ମାଡ ହୋଇଥିବା ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲ୍ଲା ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୁତାବକ ବିଜୟ ନଗର ଇଟାଭାଟିରେ ୧୨ ଜଣ ଦାନନ ଶ୍ରମିକ କାମ କରୁଥିଲେ । ତେବେ ବହୁ ଦିନ ଧରି କାମ କରିଥିଲେ ମଧ୍ୟ ମାଲିକ ଏମାନଙ୍କ ଦରମା ଦେଇନଥିଲା । ଫଳରେ ପାଟି ଖୋଲି ମାଲିକକୁ ପଇସା ମାଗିବାରୁ ନୃଂଶସ ହୋଇପଡିଛି ମାଲିକ । ଶେଷରେ ପଇସା ମାଗିଥିବା ଶ୍ରମିକଙ୍କ ଉପରକୁ ଏସିଡ ମାଡ କରିଛି । ଏବଂ ଏହାର ପ୍ରତିବାଦ କରିଥିବାରୁ ଅନ୍ୟଜଣେ ଶ୍ରମିକଙ୍କଙ୍କର ଆଙ୍ଗୁଠି କାଟି ଦେଇଥିବା ଅଭିଯୋଗ ହୋଇଛି ।
ଗତକାଲି ବିଳମ୍ବିତ ରାତିରେ ଏସିଡ ମାଡ ହୋଇଥିବା ଶ୍ରମିକଙ୍କୁ ମିଶାଇ ୫ଜଣ କୈାଶଳକ୍ରମେ ସେଠାରୁ ଲୁଚି ପଳାଇ ଆସିଥିବା ବେଳେ ବାକି ୭ ଜଣ ଇଟାଭାଟିରେ ବନ୍ଧକ ଅଛନ୍ତି ।