ଡେଲାଙ୍ଗ (ଏଟିଆର ବ୍ୟୁରୋ): ୧୪ଟି ପରିବାରର ସୁଖର ଘରକୁ ଜାଳି ଦେଲେ ଦୃର୍ବୁତ୍ତ । ଅନେକ ସ୍ୱପ୍ନ ଓ ଝାଳବୁହା ପରିଶ୍ରମ ପରେ ତିଆରି କରିଥିବା ଘରକୁ ଯେମିତି ଆଖି ପିଛୁଳାକେ ଛାରଖାର କରି ଚାଲିଗଲେ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୁଆଳିପଡ଼ାର ମାଛପଡ଼ା ଗ୍ରାମରେ । ସୂଚନା ମୁତାବକ ସୋମବାର ଦିନ ଘଟିଛି ଅଭାବନୀୟ ଘଟଣା ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ୧୪ଟି ପରିବାରର ୨୧ ବଖରା ଘର ଜାଳି ଦେଇଛନ୍ତି। ସ୍ଥାନୀୟ ମାଛପଡ଼ା ଗ୍ରାମର ଆଲୁ ମହାନ୍ତିଙ୍କର ସେହି ଗ୍ରାମର ଭାଗୀରଥି ସ୍ବାଇଁଙ୍କ ସହ କୌଣସି ଏକ କାରଣରୁ ଶତ୍ରୁତା ରହିଥିଲା। ଶତ୍ରୁତାକୁ କେନ୍ଦ୍ର କରି ଆଲୁ ଗତକାଲି ରାତିରେ ତାଙ୍କ ସହଯୋଗୀଙ୍କ ସହ ଭାଗୀରଥିଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ହେଲେ ଏହି ନିଆଁ ଏତେ ଭୟାବହ ଥିଲା ଯେ ଏଥିରେ ଗ୍ରାମର ୧୪ ଜଣଙ୍କର ୨୧ ବଖରା ଭସ୍ମୀଭୂତ ହୋଇଯାଇଥିଲା। ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ପହଞ୍ଚି ନିଆଁକୁ ଦୀର୍ଘ ୫ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ କରିଥିଲେ । ଉତ୍ତ୍ୟକ୍ତ ଲୋକମାନେ ଅଭିଯୁକ୍ତଙ୍କର ଘର ଭଙ୍ଗାରୁଜା କରିବା ସହ ନେଇ ଗ୍ରାମବାସୀ ଡେଲାଙ୍ଗ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରିଛନ୍ତି ।