ପୁରୀ(ଏଟିଆର ବ୍ୟୁରୋ):କରୋନା କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ଆଜି ଖୋଲିଲା ଶ୍ରୀମନ୍ଦିର । ଆଜି କେବଳ ସେବାୟତ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ । ଏହାପରେ ୨୬ ରୁ ୩୧ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ପାଇଁ ଓ ଜାନୁଆରୀ ୩ ରୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ବ୍ୟବସ୍ଥା ହେବ ।
ପ୍ରଥମ ପର୍ଯ୍ୟାୟରେ ସକାଳ ୭ ଟା ୩୦ ମିନିଟ ରୁ ୧୧ ଟା ୩୦ ମିନିଟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଦିନ ୧୨ ଟାରୁ ୪ ଟା ପର୍ଯ୍ୟନ୍ତ ଏବଂ ତୃତୀୟ ପର୍ଯ୍ୟାୟରେ ୪ ଟା ୩୦ ରୁ ରାତ୍ରି ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ଦିନକୁ ୩ ଟି ପର୍ଯ୍ୟୟରେ ଦର୍ଶନର ବ୍ୟବସ୍ଥା ରହିଛି ।
ମନ୍ଦିର ଭିତରକୁ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ୧୫ ଜଣ ସ୍ବେଚ୍ଛାସେବୀ ଓ ପ୍ରତିହାରୀଙ୍କୁ ଦାୟିତ୍ୱ ଦିଆଯିବା ସହ ମନ୍ଦିର ଭିତରେ କିପରି ଶୃଙ୍ଖଳିତ ଭାବେ ଭକ୍ତମାନେ ଦର୍ଶନ କରିପାରିବେ ସେଥି ପାଇଁ ମଧ୍ୟ ପ୍ରତିହାରିମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ମନ୍ଦିର ଭିତରକୁ ପ୍ରବେଶ ନିମନ୍ତେ ଲୋକଙ୍କ ପଞ୍ଜୀକରଣ କରାଇବା ସହ ସେମାନଙ୍କ ଆଧାରକାର୍ଡ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସେହିଭଳି ଭିନ୍ନକ୍ଷମଙ୍କ ପାଇଁ ଉତ୍ତରଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି