ପୁରୀ (ଏଟିଆର ବ୍ୟୁରୋ); ଶ୍ରୀମନ୍ଦିର ଭିତରେ ନାବାଳିକାଙ୍କୁ ଜଣେ ପୋଲିସ ବାବୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି । ତେବେ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ପିଡିତାଙ୍କ ପରିବାର । ସୂଚନା ଅନୁଯାୟୀ ନାବାଳିକା ଜଣକ ବାପା ମାଙ୍କ ସହ ମନ୍ଦିର ଦର୍ଶନ କରିବା ପାଇଁ ଯାଉଥିବା ବେଳେ ବଡକାଠ ନିକଟରେ ଅସଦାଚରଣ କରିଥିଲେ ପୋଲିସ ବାବୁ । ଗତକାଲି ଶ୍ରୀମନ୍ଦିର ବିବାଦ ପରେ ଆଜି ଏଭଳି ଘଟଣା ଓଡିଶାବାସୀଙ୍କ ପାଇଁ ଏକ ଲଜ୍ୱାର ବିଷୟ ହୋଇଯାଇଛି ।
ଶୁକ୍ରବାର ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିଲା । ଫଳରେ ମହାପ୍ରଭୁ କାଲି ଦିନ ତମାମ ଉପାସ ରହିଥିଲେ । ଭକ୍ତମାନେ ମଧ୍ୟ ଦିନ ବେଳା ଦର୍ଶନ କରିବା ପାଇଁ ସୁଯୋଗ ପାଇପାରିନଥିଲେ । ତେବେ ଘଟଣାର ବିଳମ୍ବରେ ଏହି ଘଟଣାର ସମାଧାନ ହେବା ପରେ ଶ୍ରୀଜିୟୁଙ୍କ ଦର୍ଶନ କରିଥିଲେ ଭକ୍ତ । ବାରମ୍ବାର ଶ୍ରୀମନ୍ଦିରରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ପାଇଁ ଲଜ୍ୱା ଅନୁଭବ କରିବାକୁ ପଡୁଛି ବିଶ୍ୱ ଦରବାରରେ ।