ପୁରୀ ( ଏଟିଆର ବ୍ୟୁରୋ): ଆସନ୍ତା ୨୫ ତାରିଖରେ ସାରା ରାତି ଖୋଲା ରହିବ ଶ୍ରୀମନ୍ଦିର । ଆସନ୍ତା ୨୬ ତାରିଖରେ ସୂର୍ଯ୍ୟ ପରାଗ ପଡୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବାର ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ଅନୁସାରେ ପରାଗ ପୂର୍ବଦିନ ସାରାରାତି ମନ୍ଦିର ଖୋଲା ରହିବ ।\
ପରେ ପରାଗ ପରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ । ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ସୁବିଧାକୁ ନଜରରେ ରଖି ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ସେହିଭଳି ନୂଆ ବର୍ଷ ଅବସରରେ ଡିସେମ୍ବର ୩୧ ତାରିଖ ରାତି ୧୧ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲା ରହିବ । ପରେ ପୁଣି ଜାନୁଆରୀ ୧ ତାରିଖରେ ରାତି ୨ ଟାରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ କରାଯିବ ।