ପୁରୀ(ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ଲକ୍ ଡାଉନ କରାଯାଇଛି । ତେବେ ଏହାରି ଭିତରେ ପୁରୀ ସହରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲକ୍ ଡାଉନ ପାଇଁ ପୁରୀ ସହରକୁ ୩ଟି ଜୋନ ଓ ୬ଟି ସେକ୍ଟରରେ ଭାଗ କରିଦିଆଯାଇଛି । ଜଣେ ଡିଏସପି ପ୍ରତ୍ୟେକ ଜୋନ୍ ଦାୟିତ୍ବରେ ଅଛନ୍ତି। ସେହିଭଳି ପ୍ରତି ସେକ୍ଟର ଦାୟିତ୍ବରେ ଜଣେ ଇନ୍ସପେକ୍ଟର୍ ଥିବା ଜଣାଡିଛି ।
ପୁରୀ ପୋଲିସ ପକ୍ଷରୁ ୨୬ଟି ବ୍ଲକିଂ ପଏଣ୍ଟ ଚିହ୍ନଟ କରାଯାଇଛି ଏବଂ ସେହି ସ୍ଥାନ ମାନଙ୍କରେ ଚେକିଙ୍ଗ କରାଯାଉଛି । ତେବେ ବାହାରୁ ଆସୁଥିବା ଗାଡି ଗୁଡିକ ପୁରୀ ଭିତରକୁ ଛଡା ଯାଉ ନାହିଁ । ଜରୁରୀକାଳୀନ ସେବାରେ ଥିବା ଗାଡି ଓ ସର୍ଗଦ୍ୱାରକୁ ଯାଉଥିବା ଗାଡି ଗୁଡିକ ଛଡାଯାଉଛି । ସହର ଭିତରେ ଥିବା ଅନାବଶ୍ୟକ ଦୋକାନ ଗୁଡିକ ବନ୍ଦ କରାଯାଇଛି । ତେବେ କରୋନା ଭାଇରସ ବ୍ୟାପି ବାର ସମ୍ଭବନା ଥିବାରୁ ଗତ ୨୦ ତାରିଖରୁ ଶ୍ରୀମନ୍ଦିର ଭିତରକୁ ଭକ୍ତ ମାନଙ୍କ ପ୍ରବେଶ ବନ୍ଦ କରିଦିଆଯାଇଛି । ସେହିଭଳି ଆଜିଠୁ ସେବାୟତ ମାନଙ୍କୁ ଥର୍ମାଲ ସ୍କ୍ରିନିଂ କରି ମନ୍ଦିର ଭିତରକୁ ଛଡାଯାଇଛି ।
ସୂଚନାଯୋଗ୍ୟ ଗତକିଛି ଦିନ ଭିତରେ କରେନା ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ୧୮୮ଟି ଦେଶକୁ ବ୍ୟାପିସାରିଲାଣି । ତେବେ ଭାରତରେ ମଧ୍ୟ ଏହି ଭାଇରସ ବ୍ୟାପିବାରେ ଲାଗିଛି । ଭାରତରେ ୩୦୦ରୁ ଅଧିକ ଜଣ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଲେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଓଡିଶାରେ ୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ଗାଇଡ ଲାଇନ ମାନ ଜାରି କରୁଛନ୍ତି ।