ପୁରୀ (ଏଟିଆର ବ୍ୟୁରୋ): କରୋନା ପାଇଁ ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ଗତକାଲିଠାରୁ ପ୍ରଶାସନ ପକ୍ଷରୁ ପୁରୀର ପ୍ରବେଶ ପଥକୁ ସିଲ୍ କରାଯାଇଛି । ଏହାସହିତ ପୁରୀରେ ଥିବା ତିନୋଟି ବଡ ପରିବା ମାର୍କେଟ ବଡଶଙ୍ଖ ପରିବା ମାର୍କେଟ, ଲକ୍ଷ୍ମୀ ମାର୍କେଟ ଏବଂ ମ୍ୟୁନିସିପାଲିଟି ମାର୍କେଟକୁ ବନ୍ଦ କରି ଦିଆ ଯାଇଛି । ମାର୍କେଟରେ ଅଧିକ ଗହଳି ହେଉଥିବାରୁ ସାମାଜିକ ଦୂରତା ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।
ଏହାସହିତ ଆଖା ପାଖ ତଥା ଗଳି କନ୍ଦିରେ ଥିବା ଛୋଟ ଦୋକାନରୁ ଜରୁରୀ ଜିନିଷ କିଣିବା ପାଇଁ କୁହାଯାଇଛି । ଏହି ଦୋକାନ ମାନଙ୍କରେ ବି କଟକଣା ରହିଛି । ଏହି ଦୋକାନ ଗୁଡିକରେ ଜିନିଷ କିଣିବା ବେଳେ ଯେପରି ସାମାଜିକ ଦୂରତା ବଜାୟ ରଖାଯିବ, ସେନେଇ ଧ୍ୟାନ ଦେବା ପାଇଁ କୁହାଯାଇଛି । ଯଦି ଏହି ନିୟମ କୌଣସି ବ୍ୟକ୍ତି ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ରାଜ୍ୟରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହା ଥମିବାରେ ନା ଧରୁନି । ଯାହା ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।