ପୁରୀ( ଏଟିଆର ବ୍ୟୁରୋ): ଆଜି ପବିତ୍ର ବାହୁଡା ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରି ପହଣ୍ଡି ବିଜେ କରି ରଥରେ ପହଞ୍ଚିଛନ୍ତି ତିନି ଠାକୁର । ପ୍ରଥମେ ସୁଦର୍ଶନ ପରେ ବଡଭାଇ ବଳଭଦ୍ର ଓ ତାଙ୍କ ପରେ ସାନ ଭଉଣୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ରଥରେ ପହଞ୍ଚିଛନ୍ତି ।
ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସକାଳ ୯.୧୫ରୁ ଆରମ୍ଭ ହୋଇଥିଲା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ।ପୁଣି ଥରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଘଣ୍ଟ, ଖୋଳ, କାହାଳୀ ନାଦରେ ପ୍ରକମ୍ପିତ ହେଉଛି ଘଣ୍ଟ, ଖୋଳ, କାହାଳୀ ନାଦରେ ପ୍ରକମ୍ପିତ ହେଉଛି ଶରଧାବାଲି । ଶ୍ରୀଗୁଣ୍ଡିଚା ମନ୍ଦିରରେ ୯ ଦିନ ଲୀଳାଖେଳା କରିବା ପରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିର ଲେଉଟିବେ ।