ପୁରୀ (ଏଟିଆର ବ୍ୟୁରୋ ) ; ସୋସିଆଲ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିରର ଭିତର ଫଟୋ । ପୁଣି ଭାଇରାଲ କଲେ ଆଉ ଜଣେ ଯୁବକ । ପ୍ରଶ୍ନ ଘେରରେ ଶ୍ରୀମନ୍ଦିରର ସୂରକ୍ଷା ବ୍ୟବସ୍ତା । ବାରମ୍ବାର ତାଗିତ ଓ କଡାକଡି ସୁରକ୍ଷା ବଳୟ ସତ୍ୱେ ପୁଣି ଭାଇରାଲ ହେଲା ପୁରୀ ଶ୍ରୀମନ୍ଦିରର ଭିତର ଫଟୋ । ସୂଚନା ଅନୁସାରେ , ଗୁଜୁରାଟର ହିତେଶ ସିନାନୀ ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତରର କିଛି ଫଟୋ କୁ ଭାଇରାଲ କରିଛନ୍ତି ।
ସେ ଶ୍ରୀମନ୍ଦିରର ବିଭିନ୍ନ କୋଣରେ ବିଭିନ୍ନ ମୁଦ୍ରା ଦେଇ ଫଟୋ ଓ ସେଲ୍ଫି ନେଇଥିବା ଦେଖାଯାଇଛି । ସେ ଏଇ ସବୁ ଫଟୋକୁ ନିଜ ଫେସବୁକ ଆକାଉଣ୍ଟରେ ଛାଡିଛନ୍ତି । ଯାହା ଏବେ ଭାଇରାଲ ହୋଇଛି । ତେବେ ଶ୍ରୀମନ୍ଦିର ବାହାରେ ଓ ଭିତରେ କଡା ସୁରକ୍ଷା ପରେ ବି ସେ କିପରି ନିଜ ମୋବାଇଲକୁ ନେଇ ଭିତରକୁ ଗଲେ ସେ ନେଇ ଉଠିଛି ପ୍ରଶ୍ନ ।
ଖାଲି ସେତିକି ନୁହେଁ ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରର ଗର୍ଭଗୃହର ଭିତର ଫଟୋ ଭାଇରାଲ ହୋଇଛି । ରଥଯାତ୍ରା ସମୟରେ ଜଣେ ଏଏସଆଇ ଗର୍ଭଗୃହ ଅନୁଧ୍ୟାନ ବେଳେ ସେହି ଫଟୋ ଉଠାଇଥିବାର ଅନୁମାନ କରାଯାଇଇଥିଲା । ଯାହାକୁ ନେଇ ସେବାୟତଙ୍କ ମଧ୍ୟ ଅସନ୍ତୋଷ ଦେଖାଦେଇଥିଲା । ଏହାସହ ଏଭଳି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ ସବାୟତ । ଅନ୍ୟପଟେ ଏବେ ହିତେଶ ସେନାନୀଙ୍କ ଫଟୋ ଭାଇରାଲ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ତା ଉପରେ ଆଙ୍ଗୁଳୀ ଉଠିଛି ।