ପୁରୀ (ଏଟିଆର ବ୍ୟୁରୋ): ଧାଡି ଦର୍ଶନକୁ ନେଇ ଗତକାଲି ତୁମୁଳକାଣ୍ଡ ପରେ ଆଜି ଶାନ୍ତ ପଡିଛି ଶ୍ରୀକ୍ଷେତ୍ର । ଭକ୍ତ ଶାନ୍ତିର ସହ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏହାସହିତ ୧୪୪ ଧାରା ଉଠାଇ ଦିଆଯାଇଛି ।
ଗତକାଲି ବସିଥିବା ବୈଠକର ନିଷ୍ପତି ଅନୁଯାୟୀ ପୁରୀର ଲୋକାଲ ଲୋକ ସେମାନଙ୍କର ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରର ଯେକୌଣସି ଦ୍ୱାରରେ ପ୍ରବେଶ କରିପାରିବେ । ସେମାନଙ୍କୁ ଧାଡିରେ ଠିଆ ହୋଇ ଦର୍ଶନ କରିବାକୁ ପଡିବ ନାହିଁ । ସେହିପରି ସେବାୟତଙ୍କ ପରିବାର ଲୋକଙ୍କ ପାଇଁ କୌଣସି ପରିଚୟ ପତ୍ରର ଆବଶ୍ୟକ ନାହିଁ ।
ପ୍ରଥମ ଥର ଲାଗି ପର୍ଯ୍ୟଟନ କ୍ଷେତ୍ର ଶ୍ରୀକ୍ଷେତ୍ରରେ ଏଭଳି ହିଂସାକାଣ୍ଡ ଏକ ଇତିହାସ ସୃଷ୍ଟି କରିଛି । ଅନ୍ୟପଟରେ କେଉଁ ପରିସ୍ଥିତିରେ ବିଶୃଙ୍ଖଳତା ସୃଷ୍ଟି ହେଲା , ବ୍ୟାପକ ଭଙ୍ଗାରୁଜା ସହ ଲୋକେ କିଭଳି ଭାବେ ଏତେ ହିଂସ୍ର ହୋଇପଡିଲେ ସେ ସବୁର ତଥ୍ୟ ମାଗିଛନ୍ତି ଆମିକସକ୍ୟୁରୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମସ୍ତ ଘଟଣାର ଭିଜୁଆଲ ଆମିକସକ୍ୟୁରୀଙ୍କ ପାଖକୁ ପଠାଯାଇଛି ।